ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରିଲିମ୍ସ ରାଉଣ୍ଡରେ ସିନିଅର ବିଭାଗର ପ୍ରତିଯୋଗିତା ଶେଷ
  • ଫାଇନାଲକୁ ଗଲେ ୮ ଟିମ୍‌
  • କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି କୁଇଜ୍‌ ମାଷ୍ଟର ଅଜୟ ପୁନିଆ
  • ରବିବାର ଗ୍ରାଣ୍ଡ ଫିନାଲେ

ଶେଷ ହେଲା ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ ଚତୁର୍ଥ ସଂସ୍କରଣର ପ୍ରିଲିମ୍ସ ରାଉଣ୍ଡ। ଏହି ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟରେ ସିନିଅର ବିଭାଗର ୮ଟି ଟିମ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ଫାଇନାଲକୁ ଯାଇଥିବା ୮ଟି ଟିମ୍‌ ହେଲେ ଏକ୍‌ସଆଇଏମ୍‌ବି, ଏମ୍‌ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ନିଟ୍‌ – ରାଉରକେଲା, ନାଇଜର – ଖୋର୍ଦ୍ଧା, କଟକ ଏସ୍‌ସିବି ମେଡିକାଲ, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଇଜିଆଇଟି – ସାରଙ୍ଗ।

ସିନିଅର ବର୍ଗରେ ଭୁବନେଶ୍ୱର ଏମ୍‌ସ ୩୫.୫ ପଏଣ୍ଟ ପାଇଥିବା ବେଳେ ନିଟ୍‌ ରାଉରକେଲା ୩୨, ଆଇଆଇଟି ଭୁବନେଶ୍ୱର ୩୧.୫, ନାଇଜର ୨୬ ଏବଂ ଏକ୍‌ସଆଇଏମ୍‌ବି ୨୩.୫ ପଏଣ୍ଟ ପାଇଥିଲା।

ମେଟଲ ମିଟ୍‌ର ଚତୁର୍ଥ ସଂସ୍କରଣକୁ ପରିଚାଳନା କରୁଛନ୍ତି କୁଇଜ୍ ମାଷ୍ଟର ଅଜୟ ପୁନିଆ।

ଚଳିତ ବର୍ଷ ସିନିଅର ବର୍ଗରେ ୪୬ଟି ଟିମ୍‌ ଭାଗ ନେଇଥିଲେ। ସେହିପରି ଜୁନିଅର ବର୍ଗରେ ୪୩ଟି ଟିମ୍‌ ଭାଗ ନେଇଥିଲେ।

ଶନିବାର ଦିନ ପୂର୍ବାହ୍‌ଣରେ ଜୁନିଅର ବର୍ଗର କୁଇଜ୍‌ ପ୍ରତିଯୋଗିତା ହୋଇଥିବା ବେଳେ ଅପରାହ୍‌ଣରେ ସିନିଅର ବର୍ଗର ପ୍ରତିଯୋଗିତା ହୋଇଥିଲା।

ଚଳିତ ବର୍ଷ ମେଟଲ୍ ମିଟ୍‌ର ପାର୍ଟନରମାନଙ୍କ ମଧ୍ୟରେ ରହିଛନ୍ତି ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଛି।

ଅଗଷ୍ଟ ୪ ତାରିଖ ରବିବାର ଦିନ ଗ୍ରାଣ୍ଡ ଫିନାଲେ ହେବ। ସିନିୟର ଏବଂ ଜୁନିୟର ବିଭାଗରେ ଶ୍ରେଷ୍ଠ ୩ଟି ସ୍ଥାନ ପାଇବା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢ଼େଇ। ଏବେ ଗ୍ରାଣ୍ଡଫିନାଲେରେ କେଉଁ ଦଳ ବାଜି ମାରୁଛନ୍ତି ତା’ଉପରେ ରହିଛି ସମସ୍ତଙ୍କ ନଜର।

ଗ୍ରାଣ୍ଡ ଫିନାଲେର ବିଭିନ୍ନ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଅପରାହ୍‌ଣ ୨ଟାରୁ ଜୁନିଅର ବର୍ଗ ଏବଂ ସନ୍ଧ୍ୟା ୬ଟାରୁ ସିନିଅର ବର୍ଗର ଚୂଡ଼ାନ୍ତ ପ୍ରତିଯୋଗିତା ପ୍ରସାରିତ ହେବ। ସେହିପରି ରାତି ୮ଟାରେ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହର ମଧ୍ୟ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

Comment