ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାରରେ ଭାରତୀୟ ବିଦ୍ୟାଭବନଠାରେ ‘ସଙ୍ଗିନୀ’ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବର୍ଷାକୁ ନେଇ ମନୋରମ ସଙ୍ଗୀତ ଓ କବିତା ପାଠ ଉତ୍ସଵ ଅନୁଷ୍ଠିତ ହୋଇଥିଲା।

କବିତା ଓ ସଙ୍ଗୀତର ଏଇ କାର୍ଯ୍ୟକ୍ରମରେ ଅନେକ କବି କବ୍ୟୟତ୍ରୀ ଭାଗ ନେଇ ଶ୍ରାବଣ ଉପରେ ଆଧାରିତ କବିତା ପାଠ କରିଥିଲେ। ଏହା ସହ ବର୍ଷା ଆମ ସାହିତ୍ୟ ଓ ସଂସ୍କୃତିକୁ କିପରି ଋଦ୍ଧିମନ୍ତ କରିଛି, ସେ ବିଷୟରେ ସେମାନେ ବର୍ଣ୍ଣନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଗାୟିକା ସୁଜାତା ପଟ୍ଟନାୟକ, ଗାୟିକା ମଧୁଳିତା ପରିଡା, କବ୍ୟୟତ୍ରୀ ଲୋପାମୁଦ୍ରା ମିଶ୍ର, କବ୍ୟୟତ୍ରୀ ସୁନନ୍ଦା ପଟ୍ଟନାୟକ ଜାନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ କଳଶ ପ୍ରଦର୍ଶନ କରିଥିଲେ।

ଭାରତୀୟ ବିଦ୍ୟା ଭବନର ଭାଇସ ଚେୟାରମାନ ଡକ୍ଟର ଏସ କେ ତାମୋଟିଆ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ , ବରିଷ୍ଠ କବି ହର ପ୍ରସାଦ ଦାସ, ବିଶିଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡକ୍ଟର ଚିତ୍ତରଞ୍ଜନ ପାଣି ପ୍ରମୁଖ ସଭାରେ ଯୋଗ ଦେଇ ସଭାର ଗୌରବ ବଢ଼ାଇ ଥିଲେ। ଶେଷରେ ସଙ୍ଗିନୀର କର୍ମକର୍ତ୍ତିମାନେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comment