ଓଡ଼ିଶାଲାଇଭ୍‌ ବ୍ୟୁରୋ

Nabarangpur

ନବରଙ୍ଗପୁର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ସଦର ମହାକୁମାସ୍ଥିତ ଲକ୍ଷ୍ମଣ ନାୟକ ବିଦ୍ୟାମନ୍ଦିରଠାରେ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରାଇତୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Nabarangpur

ଏହି ଅବସରରେ ମୁଖ୍ୟ ଅତିଥି ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ବକୃତା ପ୍ରତୀଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନ ଓ ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଡକ୍ଟର ବିଜୟ କୁମାର ମିଶ୍ର, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ମଣ୍ଡଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ପଟେଲ, ବିଜୟ ଚୌଧୁରୀ, ନାରାୟଣ ପଣ୍ଡା, ଜେମାମଣି ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comment