ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱ ବନ୍ଧୁତା ଦିବସ। ଫ୍ରେଣ୍ଡସିପ୍‌ ଡେ’ ଅବସରରେ ଭାରତରେ ଇସ୍ରାଇଲ ଦୂତାବାସ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଏକ ଭିଡିଓ ଟୁଇଟରରେ ସେୟାର କରିଛନ୍ତି। ଏହି ଭିଡିଓର ଟାଇଟଲରେ ଲେଖାଯାଇଛି, “ୟେ ଦୋସ୍ତି ହମ୍‌ ନହି ତୋଡେଙ୍ଗେ”।

“ୟେ ଦୋସ୍ତି ହମ୍‌ ନହି ତୋଡେଙ୍ଗେ” ଏହା ହେଉଛି ପ୍ରସିଦ୍ଧ ବଲିଉଡ ଫିଲ୍ମ ‘ସୋଲେ’ର ସୁପରହିଟ୍‌ ଗୀତର ଏକ ଲାଇନ୍। ବିଶ୍ୱ ବନ୍ଧୁତା ଦିବସ ଅବସରରେ ଏହି ଭିଡିଓ ସେୟାର କରି ଇସ୍ରାଇଲ ଏବଂ ଭାରତ ମଧ୍ୟରେ ଥିବା ମଧୁର ସମ୍ପର୍କ ବିଷୟରେ କୁହାଯାଇଛି।

ନିକଟରେ ଭାରତରେ ମୋଦି ଯେବେ ନିର୍ବାଚନରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲେ, ବେଞ୍ଜାମିନ ନିଜ ଟୁଇଟରରେ ହିନ୍ଦି ଭାଷାରେ ଟୁଇଟ୍‌ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଭାରତ ସହ ବନ୍ଧୁତା ଆହୁରି ମଜବୁତ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଏହା ପୂର୍ବରୁ ଇସ୍ରାଇଲର ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଲିକୁଡ ପାର୍ଟି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦବ୍ର ମୋଦିଙ୍କ ସହ ବେଞ୍ଜାମିନଙ୍କ ଫଟୋର ବ୍ୟାନର ଲଗାଇଥିଲା। ଏହା ହେଉଛି ମୋଦି- ବେଞ୍ଜାମିନଙ୍କ ବନ୍ଧୁତାର ପରିଚୟ। ବର୍ତ୍ତମାନ ଆନ୍ତର୍ଜାତୀକ ବନ୍ଧୁତା ଦିବସ ଅବସରରେ ଇସ୍ରାଇଲ ମୋଦି ଓ ବେଞ୍ଜାମିନଙ୍କ  ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି।

Comment