ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ମେହବୁବା ମୁଫ୍‌ତିଙ୍କୁ ଗିରଫ କରାଯାଇଛି। ନ୍ୟାସେନାଲ କନ୍‌ଫରେନ୍ସର ନେତା ଓମାର ଅବଦୁଲା ଏବଂ ପିଡିପି ନେତା ମେହବୁବା ମୁଫ୍‌ତିଙ୍କୁ ଗିରଫ ପରେ ଶ୍ରୀନଗର ସରକାରୀ ଗେଷ୍ଟ ହାଉସକୁ ନିଆଯାଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ରବିବାର ରାତିରେ ଓମାର ଅବଦୁଲା ଓ ମେହବୁବା ମୁଫ୍‌ତିଙ୍କୁ ଗୃହ ବନ୍ଦି କରାଯାଇଥିଲା। ସୂଚନାଯୋଗ୍ୟ, କେନ୍ଦ୍ରରେ ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଇଚ୍ଛେଦ କରିବା ପାଇଁ ଆଜି ରାଜ୍ୟସଭାରେ ପ୍ରସ୍ତାବ ଦିଆଯାଇଥିଲା। ମଙ୍ଗଳବାର ଏହି ବିଲ୍‌ ଲୋକସଭାରେ ଆଗତ ହେବ।

Comment