ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ଘୋଷଣା କରିବା ପରେ ଏହାକୁ ତୀବ୍ର ବିରୋଧ କରିଛି ପାକିସ୍ତାନ। ଏନେଇ ମଙ୍ଗଳବାର ପାକିସ୍ତାନ ସଂସଦରେ ଏକ ମିଳିତ ଅଧିବେଶନ ବସିଥିଲା। ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭବିଷ୍ୟତରେ ପୁଲୱାମା ଭଳି ଅନେକ ଘଟଣା ଘଟିପାରେ।
ଏହି ବୈଠକରେ ଇମ୍ରାନ ଖାନ୍ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ଭାରତରେ ବିଜେପି ହେଉଛି ଏକ ହିନ୍ଦୁତ୍ୱବାଦୀ ଦଳ ଯିଏକି ହିନ୍ଦୁମାନଙ୍କୁ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଅପେକ୍ଷା ଉଚ୍ଚ ବୋଲି ଭାବେ। ଦଳର ଏହି ହିନ୍ଦୁତ୍ୱବାଦୀ ଆଦର୍ଶକୁ ପାଳନ କରିବାକୁ ଯାଇ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଛି।
ବିଜେପି କଶ୍ମୀରବାସୀଙ୍କ ସ୍ୱାଧୀନତା ଆନ୍ଦୋଳନକୁ ଦବାଇବାକୁ ଚାହୁଁଥିବା ଇମ୍ରାନ କହିଛନ୍ତି। ଏହା ଦ୍ୱାରା ଭାରତ କେବଳ ଅନ୍ତର୍ଜାତୀୟ ନିୟମ ନୁହେଁ ବରଂ ନିଜ ଦେଶର ନିୟମର ଉଲ୍ଲଙ୍ଘନ କରିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି।
ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘୋଷଣାକୁ ପାକିସ୍ତାନ ବେଆଇନ ବୋଲି ଘୋଷଣା କରିଛି। ଏହି ପ୍ରସଙ୍ଗକୁ ଆଗାମୀ ଦିନରେ ଜାତିସଂଘ ସୁରକ୍ଷା ପରିଷଦରେ ଉଠାଯିବ ବୋଲି ଇମ୍ରାନ ଖାନ କହିଛନ୍ତି।