ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। କୌଣସି କାରଣରୁ ଯେମିତି ହିଂସା ବା ଅଘଟଣ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ସରକାର।

ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି। ଘାଟିରେ ସ୍ଥିତିର ସମୀକ୍ଷା କରି ରିପୋର୍ଟ ପଠାଇଛନ୍ତି ଅଜିତ ଡୋଭାଲ। ସେଠାରେ ସ୍ଥିତି ସ୍ୱାଭାବିକ ରହିଥିବା ସେ କହିଛନ୍ତି। କେନ୍ଦ୍ରର ନିଷ୍ପତ୍ତିକୁ କଶ୍ମୀରବାସୀ ସ୍ୱାଗତ କରିଛନ୍ତି।

ଜମ୍ମୁ କଶ୍ମୀରରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ସେ ଆଲୋଚନା କରିଛନ୍ତି। ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଶାସନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here