ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ରେ ଥିବା କାଡ୍ରାକା ବଣ୍ଡେଲି ଗ୍ରାମରେ ବସବାସ କରୁଛନ୍ତି ଡଙ୍ଗରିଆ ଜନଜାତି। ଏବେ ବି ଡଙ୍ଗରିଆ ଜନଜାତିଙ୍କ ପ୍ରତ୍ୟେକ ଗାଁକୁ ରାସ୍ତା ନାହିଁ, ବିଜୁଳି ନାହିଁ, ସ୍କୁଲ ନାହିଁ, ଯେଉଁଠି ସ୍କୁଲ ଅଛି ସେଠାରେ ଶିକ୍ଷକ ନାହାନ୍ତି। ବିଜୁଳି ଆଲୁଅ ନଥିବାରୁ ସନ୍ଧ୍ୟା ହେଲେ ଗ୍ରାମ ଖାଁ ଖାଁ ହୋଇପଡୁଛି। ବିଦ୍ୟାଳୟ ଅଛି ହେଲେ ଶିକ୍ଷକ ଆଶୁ ନାହାନ୍ତି।

ଏଭଳି ମୌଳିକ ସୁବିଧାରୁ ବହୁ ଦୂରରେ କାଡ୍ରକା ବଣ୍ଡେଲୀ ଗ୍ରାମବାସୀ। ଏହି ଗ୍ରାମବାସୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ନମିଳିବାରୁ ଉକ୍ତ ଗ୍ରାମର ୪୦ରୁ ଅଧିକ ଡଙ୍ଗରିଆ ଜନଜାତି ଜିଲ୍ଳାପାଳଙ୍କୁ ଅଭିଯୋଗ କରି ଅଭିଯୋଗପତ୍ର ଦେଇଛନ୍ତି।

ଗତ ନଭେମ୍ବର ମାସରେ ଶେଷ ଭତ୍ତା ଟଙ୍କା ପ୍ରଦାନ କରି ସମିତି ସଭ୍ୟ ଉକ୍ତ ପେନସନ ଖାତାକୁ ନିଜ ପାଖରେ ରଖିଛନ୍ତି। ସେହି ଦିନଠାରୁ ଭତ୍ତା ଟଙ୍କା ହିତାଧିକାରୀଙ୍କୁ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଏ ସମସ୍ୟା ନେଇ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଉକ୍ତ ସମସ୍ୟା ପ୍ରତି ପଦକ୍ଷେପ ଗ୍ରହଣ ନକଲେ ଗ୍ରାମବାସୀ ଅନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।

Comment