ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ ପୁଣି ବେହାଲ ମାଲକାନଗିରି। ପୋଟେରୁ, କାଙ୍କରକୋଣ୍ଡା ଓ ଏମ୍‌ଭି ୩୭ ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ମାଲକାନଗିରି ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ମାଲକାନଗିରିରେ ଅନେକ ଗାଁ ଓ ଘର ପାଣି ଘେରରେ ରହିଛି।

ଏହି ବନ୍ୟା ପରିସ୍ଥିତିକୁ ନଜରରେ ରଖ୍ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମୁତୟନ କରାଯାଇଛି।

ସାବେରୀ ନଦୀ ଫୁଲି ଯିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଳ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗତ ୧୦ ଦିନ ଭିତରେ ମାଲକାନଗିରିରେ ୩ଥର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

Comment