ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌। ସାରା ବିଶ୍ୱ ତୁଳନାରେ ଭାରତରେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ସବୁଠାରୁ ଅଧିକା। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ଆକାଉଣ୍ଟ ହ୍ୟାକ ହେବା ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ହ୍ୟାକିଂରୁ କେମିତି ବଞ୍ଚିବେ।

ହ୍ୱାଟ୍ସଆପ୍‌ ୱେବ୍‌ର ଅତ୍ୟଧିକ ବ୍ୟବହାର କମ୍‌ କରନ୍ତୁ

ହ୍ୱାଟ୍ସଆପ୍‌ ୱେବ୍‌ର ଅତ୍ୟଧିକ ବ୍ୟବହାର ଫଳରେ ହ୍ୟାକରଙ୍କୁ ଆପଣଙ୍କ ଆକାଉଣ୍ଟ ସ୍ପାଏ କରିବା ସହଜ ହୋଇଥାଏ। ଏଥିପାଇଁ ଯଥା ସମ୍ଭବ ହ୍ୱାଟ୍ସଆପ୍‌ ୱେବ୍‌ରୁ ଦୂରେଇ ରହନ୍ତୁ।

୨ – ଷ୍ଟେପ୍‌ ଭେରିଫିକେଶନ ଅନ୍‌ କରନ୍ତୁ

ଆପଣଙ୍କ ହ୍ୱାଟ୍ସଆପ୍‌କୁ ଆହୁରି ସୁରକ୍ଷିତ ରଖିବା ପାଇଁ  ୨-ଷ୍ଟେପ୍‌ ଭେରିଫିକେଶନ ଅନ୍‌ କରନ୍ତୁ। ଏଥିରେ ଆପଣଙ୍କୁ ୬ ଡିଜିଟ୍‌ର ଏକ ପିନ୍‌ ନମ୍ବରକୁ କ୍ରିଏଟ୍‌ କରିବାକୁ ପଡ଼ିବ। ଏହା ଦ୍ୱାରା ଅନ୍ୟ କେହି ବ୍ୟକ୍ତି ଯଦି ଆପଣଙ୍କ ହ୍ୱାଟ୍ସଆପ୍‌ ବ୍ୟବହାର କରନ୍ତି, ତେବେ ଆପଣ ସେଟ୍‌ କରିଥିବା ପିନ୍‌ ମାଗିବ।

ପ୍ରଇଭେସି ସେଟିଂଙ୍ଗ୍‌

ହ୍ୱାଟ୍ସଆପ୍‌ର ସେଟିଙ୍ଗ୍‌ରେ ଥିବା ପ୍ରାଇଭେସିକୁ ଯଥାସମ୍ଭବ ସୁରକ୍ଷିତ ରଖନ୍ତୁ। ପ୍ରୋଫାଇଲ୍‌ ଫଟୋ, ଲାଷ୍ଟ ସିନ୍‌, ଆବାଉଟ ସେକ୍ସନର ସେଟିଙ୍ଗ୍‌କୁ ସବୁବେଳେ Nobody କିମ୍ବା My contacts ରଖନ୍ତୁ। Everyone ରଖନ୍ତୁ ନାହିଁ।

ମଡିଆ-ଅଟୋ-ଡାଇନ୍‌ଲୋଡ୍‌କୁ ବନ୍ଦ କରନ୍ତୁ

ହ୍ୱାଟ୍ସଆପ୍‌ର ଅଟୋ-ଡାଇନ୍‌ଲୋଡ୍‌ ଫିଚର ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଏହା ଦ୍ୱାରା ହ୍ୟାକର ଅତି ସହଜରେ ଆପଣଙ୍କ ମୋବାଇଲ୍‌କୁ ସ୍ପାମ୍‌ ମେସେଜ୍‌, ଫଟୋ କିମ୍ବା ମିଡିଆ ଫଠେଇ ପାରିବେ। ଅଟୋ-ଡାଇନ୍‌ଲୋଡ୍‌ ଫିଚର ଅନ୍‌ ଥିଲେ ଏହା ଡାଉନ୍‌ଲୋଡ୍‌ ହୋଇ ଆପଣଙ୍କ ମେବାଇଲ୍‌ରେ ସେଭ୍‌ ହୋଇଯିବ। ଏହି ସେଟିଙ୍ଗ୍ସକୁ ବନ୍ଦ ରଖନ୍ତୁ।

ଏଥିପାଇଁ ହ୍ୱାଟ୍ସଆପ୍‌ର ସେଟିଂ ଅପସନ୍‌ର ଡାଟା ଷ୍ଟୋରେଜ ୟୁଜେସ୍‌କୁ ଯାଆନ୍ତୁ। ସେଠାରେ ମଡିଆ-ଅଟୋ-ଡାଇନ୍‌ଲୋଡ୍‌ର ୩ଟି ଯାକ ଅପସନ୍‌ ମୋବାଇଲ ଡାଟା, ୱାଇଫାଇ୍‌, ରୋମିଂକୁ ନୋ ମିଡିଆରେ ସେଭ୍‌ କରନ୍ତୁ।

ଏହା ବ୍ୟତିତ ମନେ ରଖନ୍ତୁ, ହ୍ୱାଟ୍ସଆପ୍‌ ଏକମାତ୍ର ପ୍ଲାଟଫର୍ମ ଯାହା ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପ୍‌ସନ ସୁରକ୍ଷା ଦେଉଛି। ଅର୍ଥାତ୍‌ ଆପଣଙ୍କ ମେସେଜ୍‌ କିମ୍ବା କଲ୍‌ ଆପଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଦେଖିପାରିବ ନାହିଁ। ତେବେ ଉପରୋକ୍ତ ସବୁ ଫିଚର ପ୍ରତି ସାବଧାନତା ଅବଲମ୍ବନ ନକଲେ ମୋବାଇଲ୍‌ରୁ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି ହୋଇପାରେ।

Comment