ଓଡ଼ିଶାଲାଇଭ ବ୍ୟୁରୋ

କାଶ୍ମୀରରେ ଭାରତୀୟ ସେନାରେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ଵାଧୀନତା ଦିବସ ଅବସରରେ ଲଦାଖର ଲେହଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ଧୋନି।

ସେ ଭାରତୀୟ ସେନାରେ ଲେପ୍ଟଟାଣ୍ଟ କର୍ଣ୍ଣଲ ଉପାଧି ପାଇସାରିଛନ୍ତି। ବର୍ତ୍ତମାନ ସେ କଶ୍ମୀରରେ ଭାରତୀୟ ସେନା ସହ ଡ୍ୟୁଟି କରୁଛନ୍ତି। କ୍ରିକେଟରୁ ଦୁଇ ମାସର ବିଶ୍ରାମ ନେଇ ସେନାରେ ଯୋଗ ଦେଇଛନ୍ତି ଧୋନି। ତେବେ ତାଙ୍କର ଏହି କାର୍ଯ୍ୟ ଦିବସ ଅଗଷ୍ଟ ୧୫ରେ ଶେଷ ହେବାକୁ ଯାଉଛି।

ସେନାର ଜଣେ ଅଧିକାରୀ କହିଛନ୍ତି, ”ଧୋନି ଭାରତୀୟ ସେନାର ବ୍ରାଣ୍ଡ ଆମ୍ଵାସାଡର। ସେ ତାଙ୍କ ୟୁନିଟର ଯବାନମାନଙ୍କୁ ପ୍ରେରିତ କରୁଛନ୍ତି। ଏହାସହ ପୁଟବଲ ଓ ଭଲିବଲ ଖେଳି ତାଙ୍କୁ ଉତ୍ସାହିତ କରୁଛନ୍ତି।”

Comment