ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଝିଅ ଇନ୍ଦ୍ରାକ୍ଷୀ ପଟ୍ଟନାୟକ ଜିତିଲେ ଜାତୀୟ ଫିଲ୍ମ ପୁରସ୍କାର। ଇନ୍ଦ୍ରାକ୍ଷୀଙ୍କୁ ତେଲୁଗୁ ଫିଲ୍ମ ‘ମହାନତୀ’ ପାଇଁ ବେଷ୍ଟ କଷ୍ଟ୍ୟୁମ ଡିଜାଇନର ଭାବେ ଏହି ପୁରସ୍କାର ମିଳିଛି।

ଶୁକ୍ରବାର ଘୋଷଣା ହୋଇଥିବା ୬୬ତମ ଜାତୀୟ ପୁରସ୍କାର ଉତ୍ସବରେ ଇନ୍ଦ୍ରାକ୍ଷୀ ପଟ୍ଟନାୟକ ବେଷ୍ଟ କଷ୍ଟ୍ୟୁମ ଡିଜାଇନର ଭାବେ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଏନେଇ ଇନ୍ଦ୍ରାକ୍ଷୀ କହିଛନ୍ତି ଯେ, “ଜାତୀୟ ପୁରସ୍କାର ମିଳିଥିବାରୁ ମୁଁ ବହୁତ ଖୁସି। ମୁଁ କେବେ ଭାବିନଥିଲି କି, ମୁଁ ଏତେ ବଡ଼ ପୁରସ୍କାର ପାଇବି ବୋଲି। ମୁଁ କେବଳ ଭଲ କାମ କରିବାକୁ ଚେଷ୍ଟା କରିଛି।”

ଇନ୍ଦ୍ରାକ୍ଷୀ ବାପା ଜଣେ ଓଡ଼ିଆ ହୋଇଥିବା ବେଳେ ମା’ ହେଉଛନ୍ତି ବଙ୍ଗାଳୀ। ଇନ୍ଦ୍ରାକ୍ଷୀଙ୍କ ବାପା ତପନ କ୍ରିଷ୍ଣା ପଟ୍ଟନାୟକଙ୍କ ଘର ରାଜଧାନୀ ଭୁବନେଶ୍ୱରରେ। ଇନ୍ଦ୍ରାକ୍ଷୀ ବର୍ତ୍ତମାନ ତାଙ୍କ ସ୍ୱାମୀ ନିତିନ ମଲ୍ଲିକଙ୍କ ସହ କୋଲକାତାରେ ଅଛନ୍ତି।

ଫେସନ ଡିଜାଇନିଂରେ ସ୍ନାତକ କରିବା ପରେ ଇନ୍ଦ୍ରାକ୍ଷୀ ଇଟାଲିରେ ଫେସନ ଡିଜାଇନିଂ ଓ ମାର୍କେଟିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଭାରତ ବିଭିନ୍ନ ନାମିଦାମୀ କମ୍ପାନ Vogue India ଏବଂ Grazia India ପାଇଁ ଫେସନ ଡିସାଇନିଂ କରିଛନ୍ତି। ସେହିପରି ବଲିଉଡ ଫିଲ୍ମ ବମ୍ବେ ଭେଲଭେଟ୍‌ରେ ମଧ୍ୟ ସେ କାମ କରିଛନ୍ତି।

ତେଲୁଗୁ ଫିଲ୍ମ ‘ମହାନତୀ’ର ବେଷ୍ଟ କଷ୍ଟ୍ୟୁମ ଡିଜାଇନର ଭାବେ ଆଜି ଇନ୍ଦ୍ରାକ୍ଷୀଙ୍କୁ ଜାତୀୟ ପୁରସ୍କାର ମିଳିଛି। ଅଭିନେତ୍ରୀ କ୍ରୀତି ସୁରେଶଙ୍କୁ ‘ମହାନତୀ’ ଫିଲ୍ମ ପାଇଁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଛି।

Comment