ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ଏହା ପୂର୍ବରୁ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଏହି ବିଲ୍‌ ପାସ୍‌ ହୋଇଥିଲା।

ରାଷ୍ଟ୍ରପତି ମୋହର ମାରିବା ପରେ ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି  କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି।

ଗତ ୫ ତାରିଖରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ରାଜ୍ୟସଭାରେ ପାସ୍‌ ହୋଇଥିବା ବେଳେ ୬ ତାରିଖରେ ଲୋକସଭାରେ ଏହି ବିଲ୍‌ ପାସ୍‌ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଛେଦ କରି ଐତିହାସିକ ପଦକ୍ଷେପ ନେଇଛନ୍ତି।

Comment