ଓଡ଼ିଶାଲାଇଭ ବ୍ୟୁରୋ 

ଧାରା ୩୭୦ ଉଚ୍ଛେଦକୁ ସ୍ଵାଗତ କଲେ କଶ୍ମୀର ଛାତ୍ର। କଶ୍ମୀରର କଠୁଆ ସରକାରୀ ଡିଗ୍ରୀ କଲେଜରେ ଲଗାଇଲେ ତ୍ରରଙ୍ଗା।

ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଛାତ୍ରମାନେ ସ୍ଵାଗତ କରିଛନ୍ତି। କାଶ୍ମୀରର କଠୁଆ ସରକାରୀ ଡିଗ୍ରୀ କଲେଜର ପ୍ରବେଶ ଦ୍ଵାରରେ ଛାତ୍ରମାନେ ତ୍ରିରଙ୍ଗ ପତାକା ଉଡ଼ାଇଛନ୍ତି। ଏହାସହ କଲେଜ ଉପରେ ତ୍ରିରଙ୍ଗା ଲଗାଇ ‘ଭାରତ ମାତା କି ଜୟ’ ନାରା ଲଗାଇଥିଲେ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ କଶ୍ମୀରର ଛାତ୍ରମାନେ ବହୁତ ଖୁସି ଅଛନ୍ତି। ଏହା ଦ୍ଵାରା ବାସ୍ତବ ବିକାଶର ଦ୍ଵାର ଖୋଲିବ ବୋଲି କିଛି ଛାତ୍ର କହିଛନ୍ତି।

ଏନେଇ ଜଣେ ଛାତ୍ର ନେତା କହିଛନ୍ତି, “କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ପାଇଁ ବିକାଶର ଦ୍ଵାର ଖୋଲିଛି। ଏହା କଶ୍ମୀର ପାଇଁ ସ୍ଵର୍ଣ୍ଣିମ ଦିନ। ଏହା ଦ୍ଵାରା କଶ୍ମୀରର ବିକାଶ ହେବ, ନିଯୁକ୍ତି ବଢ଼ିବ ଏବଂ ସମସ୍ତଙ୍କୁ ନ୍ୟାୟ ମଧ୍ୟ ମିଳିବ।”

କଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଭାରତ ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିସ୍ଥିତିକୁ ଆଖି ଆଗରେ ରଖି କଶ୍ମୀରରେ କର୍ଫ୍ୟୁ ଜାରି କରାଯାଇଥିଲା।

Comment