ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର କୁପବାଡ଼ା ଜିଲ୍ଲାରେ ବରଫ ଝଡ଼ ହେବା କାରଣରୁ ୩ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଛି। ଏହାସହ ଏହି ଝଡ଼ରେ ଆଉ ଜଣେ ଯବାନ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି।

ସୋମବାର ଦ୍ୱିପହର ସମୟରେ ଏଠାରେ ବରଫ ଝଡ଼ ଦେଖିବାକୁ ମିଳିଥିଲା। ଏଥିରେ ସେନାର ଅନେକ ଅଧିକାରୀ ଆହତ ହେବା ପରେ ସେମାନଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଗନ୍ଦରବାଲ ଜିଲ୍ଲାରେ ମଧ୍ୟ ବରଫ ଝଡ଼ କାରଣରୁ ୯ ଜଣ ସାଧାରଣ ନାଗରିକ ଆହତ ହେବା ସହ ୫ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସମସ୍ତ ଆର୍ମି ଅଫିସରଙ୍କୁ ଉଦ୍ଧାର କରାଯାଇଛି।

ଗତ ୪୮ ଘଣ୍ଟା ଧରି ଉତ୍ତର କଶ୍ମୀରରେ ପ୍ରବଳ ପରିମାଣରେ ବରଫପାତ ହେଉଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେନା ଅଧିକାରୀମାନେ ଏହା ଫଳରେ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Comment