ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରର ସୋପୋରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା। ରବିବାର ସକାଳେ ଜଏଣ୍ଟ ଅପରେସନରେ ଭାରତୀୟ ସେନାକୁ ଏହି ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଶିବିର ଠାବ କରିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ସୋପୋରରେ ଦଲରୀ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ୩୨ ରାଷ୍ଟ୍ରୀୟ ରାଇଫଲସ୍‌, ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ ଏବଂ ସିଆରଫିଏଫ୍‌ ୯୨ ବାଟାଲିୟନ୍‌ ଯବାନଙ୍କ ମିଳିତ ଅପରେସନ ଆତଙ୍କବାଦୀଙ୍କ ଶିବିର ଠାବ କରିଥିଲା।

ଏହା ପୂର୍ବରୁ ଆତଙ୍କବାଦୀମାନେ ସେଠାରୁ ପଳାଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

Comment