ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରେ ଭାରତୀୟସେନାକୁ ମିଳିଲା ବଡ଼ ସଫଳତା। ରବିବାର ସ୍ଥାନୀୟ କୁପବାଡ଼ା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ହେବା କାରଣରୁ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୀର୍ଘ ୫ଦିନର ସର୍ଚ୍ଚ ଅପରେସନ ପରେ ଭାରତୀୟ ସେନାକୁ ଏହି ସଫଳତା ମିଳିଛି ବୋଲି ସୂଚନା ମିଳିଛି।

ଗତ ବୁଧବାର ଦିନ ସୂଚନା ମିଳିଥିଲା ଯେ, ନିୟନ୍ତ୍ରଣ ରେଖା ପାଖରେ ଥିବା ଜଙ୍ଗଲକୁ କିଛି ଆତଙ୍କବାଦୀ ପଶିଆସିଛନ୍ତି। ଏମାନେ ସ୍ଥାନୀୟ ଅଞ୍ଚଳରେ କିଛି ବଡ଼ ଧରଣର କାଣ୍ଡ କରିବେ ବୋଲି ସେନା ଆଶଙ୍କା କରିଥିଲା। ଏହାପରେ ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଜାଠ୍ ରେଜିମେଣ୍ଟର ୮ଟି ଟିମ୍ ତଲାସୀ ଅଭିଯାନ ଚଳାଇଥିଲା। ଏହାର ପଞ୍ଚମ ଦିନରେ ସେନାକୁ ଏହି ସପଳତା ମିଳିଛି।

ରବିବାର ହୋଇଥିବା ଏହି ଗୁଳିବିନିମୟରେ ୫ ଆତଙ୍କବାଦୀ ନିହତ ହେବା ସହିତ ଜଣେ ଭାରତୀୟ ଯବାନ ମଧ୍ୟ ସହୀଦ ହୋଇଛନ୍ତି।

Comment