ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାକୁ ସେନାଙ୍କ ଦ୍ଵାରା ଅପରେସନ ଜାରି ରହିଛି। ଏହି ଅପରେସନ ଜରିଆରେ ସୋମବାର କଠୁଆରର ବିଲବାର ଅଞ୍ଚଳରୁ ୪୦ କିଲୋ ଆର୍‌ଡିଏକ୍ସ ଜବତ କରାଯାଇଛି।

ଏହି ଆରଡିଏକ୍ସ ବିଲବାର ଅଞ୍ଚଳରୁ ଜଣକଙ୍କ ଘରୁ ଜବତ କରାଯାଇଛି। ତେବେ ଜବତ ହୋଇଥିବା ଆରଡିଏକ୍ସର ସାମ୍ପଲ ଯାଞ୍ଚ ପାଇଁ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି। ଆରଡିଏକ୍ସ ମାଧ୍ୟମରେ ଏକ ବଡ଼ ଧରଣର ଆତଙ୍କି ଆକ୍ରମଣର ଯୋଜନା ଥିବା ନେଇ ପୋଲିସ ସନ୍ଦେହ କରୁଛି।

ଏହାପୂର୍ବରୁ ପୁଲଓ୍ଵାମା ଆକ୍ରମଣ ବେଳେ ବହୁ ମାତ୍ରାରେ ବିସ୍ଫୋରକ ଜବତ କରାଯାଇଥିଲା। ଯାହାକୁ ନେଇ ସେ ସମୟରେ ଅନେକ ପ୍ରଶ୍ନ ଉଠିଥିଲା। ଏତେ ମାତ୍ରରେ ବିସ୍ଫୋରକ କେମିତି ରାଜ୍ୟ ଭିତରକୁ ପ୍ରବେଶ କଲା?

Comment