ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରରେ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଶୁକ୍ରବାର ଜିଲ୍ଲାର ୧୪ଟି ବ୍ଲକରେ ୪୦୮ଟି ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଘର ଭାଙ୍ଗିଯିବା ଫଳରେ ଘର ମଧ୍ୟରେ ଥିବା ଲୁଗାପଟା ସହ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଘର ଭିତରେ ବର୍ଷା ପାଣି ପଶି ନଷ୍ଟ ହୋଇଯାଇଛି।

ଜୟପୁର ତହସିଲରେ ୪୪ଟି ଘର ଭାଙ୍ଗି ଥିବା ଜଣାପଡ଼ିଛି। ଫଳରେ ୪୦୮ଟି ପରିବାର ବାସ ହରା ହୋଇଛନ୍ତି।

ଲଗାଣ ବର୍ଷାରେ ଲୋକମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତରଫରୁ ଘର ଭାଙ୍ଗି ଥିବା ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି। ଘର ଭାଙ୍ଗି ଯାଇଥିବାରୁ ଲୋକମାନେ ବାହାରେ ଆଶ୍ରୟ ନେଉଛନ୍ତି। ତେବେ ବର୍ତ୍ତମାନ ପ୍ରଶାସନ ତରଫରୁ ପଲିଥିନ୍ ବଣ୍ଟନ କରାଯାଇଛି।

Comment