ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରର ସ୍ଥିତି ଧିରେ ଧରେ ସୁଧୁରିବାରେ ଲାଗିଛି। ଆଜି ଜମ୍ମୁ କଶ୍ମୀରର ଅନନ୍ତନାଗରେ ୧୪୪ ଧାରା ହଟାଇ ଦିଆଯାଇଛି। ତେବେ ଲୋକମାନେ ନିରାପଦରେ ଘରୁ ବାହାରକୁ ଆସବା ସହ ବଜାରରୁ ଅବଶ୍ୟକୀୟ ସାମଗ୍ରୀ ମଧ୍ୟ କିଣୁଥିବାର ଦେଖିବାକୁ ମିଳିଛି।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଅଛନ୍ତି। ଖୁବଶୀଘ୍ର ଜମ୍ମୁ କଶ୍ମୀର ଅନ୍ୟ ଅଞ୍ଚଳମାନଙ୍କରେ ସ୍ଥିତି ସାମାନ୍ୟ ହେବ ବୋଲି ଏନ୍‌ଏସ୍‌ଏ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଜମ୍ମୁରୁ ଧାରା ୧୪୪ ହଟଇବା ପରେ ପରିସ୍ଥିତି ସାମାନ୍ୟ ହୋଇଛି। ଜମ୍ମୁର ସମସ୍ତ ସ୍କୁଲ ଓ କଲେଜ ଖୋଲିବା ସହ ଜନସାଧାରଣ ବଜାରରେ ମଧ୍ୟ ବୁଲି ପାରୁଛନ୍ତି।

Comment