ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ଗୁଜୁରାଟର ଚାରିଆଡ଼େ ବନ୍ୟା ପରିସ୍ଥିତି। ଏହି ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ପୋଲିସ ପ୍ରଶାସନ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ବନ୍ୟାର ପ୍ରଖର ସ୍ରୋତରେ ଏକ ପୋଲିସ କର୍ମଚାରୀ ଦୁଇଜଣ ପିଲାଙ୍କୁ କାନ୍ଧରେ ବସାଇ ଦେଢ଼ କିଲୋମିଟର ଚାଲିକି ଆସିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏହାକୁ ସେୟାର କରିଛନ୍ତି।

ବିଜୟ ରୂପାନି ଟୁଇଟରେ କହିଛନ୍ତି, “ପୋଲିସ କନେଷ୍ଟବଳ ପୃଥିରାଜ ସିଂ ଜାଡେଜା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜ କର୍ତ୍ତବ୍ୟ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ।”


ପ୍ରଥମେ ଏହି ଭିଡିଓକୁ ଗୁଜୁରାଟ ପୋଲିସ ଆଡିସନାଲ ଡିଜି ଶମରେଶ ସିଂହ ଫୋଷ୍ଟ କରିଥିଲେ। ଗୁଜୁରାଟ ପୋଲିସରେ କାର୍ଯ୍ୟ କରୁଥିବା କନେଷ୍ଟବଳ ଜାଡେଜାଙ୍କ ବିଷୟରେ ସେ ଦୁନିଆକୁ ଜଣାଇଥିଲେ। ସେ ଟୁଇଟରରେ ଲେଖିଥିଲେ ଆମ କାନ୍ଧରେ ଆପଣଙ୍କ ସୁରକ୍ଷା।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସ କର୍ମଚାରୀଙ୍କ ଏଭଳି ସାହସିକତା କାର୍ଯ୍ୟ ଯୋଗୁଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here