ଓଡ଼ିଶାଲାଇଭ ବ୍ୟୁରୋ

ପୋଲିସକୁ ଚକମା ଦେଇ ବିଚାରଧିନ ବନ୍ଦୀ ଫେରାର୍ ହେବା ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ଵିତ କରାଯାଇଛି। ନିଲମ୍ଵିତ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି।

କାର୍ଯ୍ୟରେ ଅବହେଳା ଯୋଗୁଁ ସମସ୍ତଙ୍କୁ ନିଲମ୍ଵନ କରିଛନ୍ତି ନୟାଗଡ଼ ଏସ୍‌ପି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ। ଫେରାର୍‌ କଏଦୀକୁ ଖୋଜିବା ପାଇଁ ସ୍ଵତନ୍ତ୍ର ଟିମ୍‌ ଗଠନ କରାଯାଇଛି।

କଏଦୀ ଜଣକ ନୟାଗଡ଼ ସବ ଜେଲରେ ଦୁଷ୍କର୍ମ ଅଭିଯୋଗରେ ବିଚାରଧିନ କଏଦୀ ଭାବେ ବନ୍ଦୀ ହୋଇଥିଲା। ଅଗଷ୍ଟ ୯ ତାରିଖରେ ପୋଲିସ ତାକୁ ଭାପୁର କୋର୍ଟରେ ହାଜର କରାଇବାକୁ ନେଉଥିବା ବେଳେ ସେ ଫେରାର୍‌ ହୋଇଯାଇଥିଲା। ପୂର୍ବରୁ ମଧ୍ୟ ୩ଥର ଏପରି ଫେରାର୍‌ ହୋଇ ଗିରଫ ହୋଇଥିଲା।

Comment