ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତିନିଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ସୋମବାର ଜୟଶଙ୍କର ଚୀନର ଉପରାଷ୍ଟ୍ରପତି ଓ୍ୱାଙ୍ଗ କିଷାନଙ୍କୁ ଭେଟିଛନ୍ତି। ଏହାପରେ ସେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜବୁତ କରିବା ଉପରେ ଗୁରତ୍ୱ ଦେବା ସହ ଧାରା ୩୭୦ ଉଚ୍ଛେଦ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହାସହ ସେ ସେଠାକାର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଏକ ସାଂସ୍କୃତିକ ଓ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

ରାଷ୍ଟ୍ରଦୂତରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ଜୟଶଙ୍କର ୨୦୦୯ରୁ ୧୩ ଯାଏଁ ଚୀନରେ ଭାରତର ରାଷ୍ଟ୍ରଦୂତ ରହିଥିଲେ। ବୈଦେଶିକ ମନ୍ତ୍ରୀ ହେବା ପରେ ଜୟଶଙ୍କର ଏହା ହେଉଛି ପ୍ରଥମ ଚୀନ ଗସ୍ତ।

Comment