ଓଡ଼ିଶାଲାଇଭ ବ୍ୟୁରୋ

କୋର୍ଟ ଯିବା ବେଳେ ପୋଲିସ ଭ୍ୟାନରୁ ଚକମା ଦେଇ ଖସି ଯାଇଥିବା ତପନ ନାୟକ ଓରଫ ବଣି ଧରା ପଡ଼ିଛି। ତପନକୁ ନୟାଗଡ଼ ପୋଲିସ ଧରିବାରେ ସଫଳ ହୋଇଛି। ସେ ଫେରାର ହୋଇ ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିଲା।

୭ଜଣଙ୍କ ଚାକିରି ଖାଇବା ପରେ ଶେଷରେ ଧାରା ପଡ଼ିଲା ତପନ। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ତପନ। ଜେଲରେ ଥିବା ସମୟରେ ଦୁଇଥର ପାଚେରି ଡେଇଁ ଫେରାର ହୋଇଯାଇଥିଲା। ସେହି ସମୟରେ ଦୁଇଜଣ ପୋଲିସଙ୍କୁ ନିଲମ୍ଵିନ କରାଯାଇଥିଲା। ତୃତୀୟ ଥର ପାଇଁ ପୋଲିସ ଭ୍ୟାନରୁ ଫେରାର ହୋଇଥିଲା। ଏଥିରେ ନୟାଗଡ଼ ଏସପି ୫ଜଣ ପୋଲିସଙ୍କୁ ନିଲମ୍ଵନ କରିଥିଲେ।

ଗତ ୯ ତାରିଖରେ ଖଣ୍ଡପଡ଼ା ଜେଲରୁ ଭାପୁର କୋର୍ଟକୁ ନେବା ବାଟରେ ପୋଲିସ ଭ୍ୟାନରୁ ଦୌଡ଼ି ଫେରାର ହୋଇଯାଇଥିଲା।

Comment