ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ୭୩ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି। ସ୍ୱାଧୀନତା ଦିବସ ଅବିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ତିନି ସେନା ଜଳ, ସ୍ଥଳ ଓ ଆକାଶ ବାହିନୀକୁ ମିଳିବ ସେନାପତି ଅର୍ଥାତ୍‌ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌।

ଲାଲ୍‌ କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ଅମ ଦେଶରେ ସୈନ୍ୟ ବ୍ୟବସ୍ଥା, ସୈନ୍ୟ ଶକ୍ତି ତଥା ମିଲିଟାରୀ ରିସୋର୍ସରେ ସୁଧାର ଆଣିବା ପାଇଁ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଛି। ଏନେଇ ବିଭିନ୍ନବ କମିସନ ମଧ୍ୟ ରିପୋର୍ଟ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଭାରତୀୟ ସେନାରେ ସେନାପତି ବା ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ନିଯୁକ୍ତ ହେବେ।”

ବର୍ତ୍ତମାନ ଭାରତୀୟ ସେନାରେ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି(ସିଓଏସ୍‌ସି) ନିଯୁକ୍ତ ଅଛନ୍ତି। ସିଓଏସ୍‌ସି ଷ୍ଟାଫ କମିଟିରେ ଜଳ,ସ୍ଥଳ ଓ ବାୟୁସେନାର ପ୍ରମୁଖ ରହିଥାନ୍ତି। ସବୁଠାରୁ ବୟସ୍କ ସଦସ୍ୟଙ୍କୁ ଏହି କମିଟିର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ମିଳିଥାଏ। ଏହି ପଦ ରୋଟେସନ ଆଧାରରେ ତାଙ୍କ ଅବସର ପର୍ଯ୍ୟନ୍ତ ଦିଆଯାଇଥାଏ।

Comment