ଓଡ଼ିଶାଲାଇଭ ବ୍ୟୁରୋ

ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ। ୨ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜ ହାତେଇଲେ ବିରାଟ କୋହଲି ଅଧିନାୟକ ହିସାବରେ ଏକ ରେକର୍ଡର ଅଧିକାରୀ ହେବେ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୬ଟି ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଅଧିନାୟକ ରହିଛନ୍ତି। ଯେଉଁଥିରେ ଭାରତ ୪ଟି ବିଜୟୀ ହୋଇଥିବା ବେଳେ ୨ଟି ଡ୍ର ରହିଛି। ତେବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିବାକୁ ତାଙ୍କୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ।

ପୂର୍ବରୁ ଏହି ରେକର୍ଡ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ରହିଛି। ଧୋନି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୮ଟି ମ୍ୟାଚରୁ ୫ଟି ଜିତିଛନ୍ତି। ତେବେ ଧୋନିଙ୍କୁ ଟପିବାକୁ ବିରାଟଙ୍କୁ ଆଉ ଦୁଇଟି ଟେଷ୍ଟରେ ବିଜୟୀ ହେବାକୁ ପଡ଼ିବ। ଏହି ରେକର୍ଡ କଲା ପରେ ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ମ୍ୟାଚ ଜିତିଥିବା ଭାରତୀୟ ଅଧିନାୟକ ହୋଇପାରିବେ।

Comment