ଓଡ଼ିଶାଲାଇଭ୍ ବ୍ୟୁରୋ

ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ କମିଶନର।

ଗତ କିଛିଦିନ ଦେଲା ପ୍ରଶାସନିକ ସ୍ତରରେ ବ୍ୟାପକ ଅଦଳ ବଦଳ କରୁଛନ୍ତି ରାଜ୍ୟ ସରକାର। ନିକଟରେ ପୋଲିସ ଡିଜି ଥିବା ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ବଦଳିଥଇବା ବେଳେ ଆଜି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର କମିଶନର ବଦଳିଛନ୍ତି।

ପୋଲିସ କମିଶନର ଥିବା ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ସରକାର ବଦଳାଇଛନ୍ତି। ତାଙ୍କ ଜାଗାରେ ବରିଷ୍ଠ ଆଇପିଏସ୍‌ ଅଫିସର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ସରକାର।

ପୋଲିସ କମିଶନର ଥିବା ସତ୍ୟଜିତ ମହାନ୍ତିଙ୍କ ଜେଲ୍‌ ବିଭାଗ ଏଡିଜି ଭାବେ ବଦଳି କରାଯାଇଛି।

୨୦୧୮ ଅଗଷ୍ଟ ୩ ତାରିଖରେ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିଲେ ସତ୍ୟଜିତ ମହାନ୍ତି। ମାତ୍ର ବର୍ଷକ ଭିତରେ ତାଙ୍କୁ ପୁଣି ବଦଳି କରାଯାଇଛି। ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ କମିଶନର କରାଯାଇଛି।

ନିକଟରେ ପୋଲିସ ଡିଜି ଥିବା ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ବିଜୟ କୁମାର ଶର୍ମାଙ୍କୁ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ଏବେ ପୁଣି ପୋଲିସ କମିଶନର ବଦଳାଇଛନ୍ତି ରାଜ୍ୟ ସରକାର।

Comment