ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ୧୯୯୦ ବ୍ୟାଚର ଆଇପିଏସ୍‌ ଅଧିକାରୀ ହେଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସେ ଆଜି ସତ୍ୟଜିତ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ କଟକ ଭୂବନେଶ୍ୱରର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ।

ନୂଆ ପୋଲିସ କମିଶନରଙ୍କ ପାଇଁ ଅନେକ ଚାଲେଞ୍ଜ ମଧ୍ୟ ରହିଛି ଗତ କିଛି ଦିନ ଟ୍ୱିନ ସିଟିରେ ବଢ଼ୁଥିବା ଡକାୟତି ଉପରେ ପୋଲିସ କିଛିଟା ନିୟନ୍ତ୍ରଣ ଆଣିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଡକାୟତି କମି ନାହିଁ।। ଦିନକୁ ଦିନ ବଢ଼ୁଥିବା ଅପରାଧ ଉପରେ ରୋକିବା, ବେଆଇନ୍‌ ବନ୍ଧୁକ କାରବାର ଉପରେ ଲଗାମ, ଲୋକଙ୍କୁ ଲୁଟେରାଙ୍କ କବଳରୁ ସୁରକ୍ଷା ଦେବା ନୂଆ ପୋଲିସ କମିଶନରଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ହେବ ।

ବର୍ତ୍ତମାନ ପୋଲିସ କମିଶନର ଥିବା ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ୱ ମିଳିଛି।

Comment