ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନଙ୍କ ପାରୋଲ ଅବଧି ବଢ଼ିଲା। ବୁଧବାର ମାଡ୍ରାସ ହାଇକୋର୍ଟ ନଳିନୀଙ୍କ ପାରୋଲ ଅବଧିକୁ ତିନି ସପ୍ତାହ ବୃଦ୍ଧି କରିଛନ୍ତି। ଗତ ଜୁଲାଇ ୨୫ରେ ମାଡ୍ରାସ ହାଇକୋର୍ଟ ନଳିନୀ ଶ୍ରୀହରନଙ୍କ ଝିଅ ବାହାଘର ପାଇଁ ତାଙ୍କୁ ଏକ ମାସର ପାରୋଲ ଘୋଷଣା କରିଥିଲେ।

ନଳିନୀ ନିଜ ଝିଅର ବାହାଘର ପାଇଁ କୋର୍ଟରେ ୬ ମାସର ଛୁଟି ଆବେଦନ କରିଥିଲେ। ତେବେ ଅଦାଲତ ୧ ମାସର ଛୁଟି ମଞ୍ଜୁରୀ କରିଥିଲେ। ପୂର୍ବବର୍ଷ ମଧ୍ୟ ନଳିନୀ ତାଙ୍କ ବାପାଙ୍କ ଦେହାନ୍ତ ଘଟଣାରେ ଗୋଟେ ଦିନ ପାଇଁ ଛୁଟି ନେଇଥିଲେ।

ପାରୋଲ ସମୟ ମଧ୍ୟରେ ନଳିନୀ ଭେଲୋରରୁ ବାହାରକୁ ଯାଇପାରିବେ ନାହିଁ। ଏହାସହ ରାଜନେତା ଏବଂ ମିଡିଆରେ କଥା ହୋଇପାରିବେ ନାହିଁ ବୋଲି ସର୍ତ୍ତ ରହିଛି।

ନଳିନୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ଫାସୀଦଣ୍ଡାଦେଶ ଘୋଷଣା କରାଯାଇଥିଲା। କିନ୍ତୁ ବର୍ଷ ୨୦୦୦, ୨୪ ଏପ୍ରିଲରେ ତାମିଲନାଡ଼ୁ ସରକାର ତାଙ୍କୁ ଆଜୀବନ କାରାଦାଣ୍ଡର ଦଣ୍ଡାଦେଶ ଘୋଷଣା କରିଥିଲେ। ଗତ ୨୭ ବର୍ଷ ଧରି ନଳିନୀ ଜେଲ୍‌ରେ ଅଛନ୍ତି।

Comment