ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି। ତାଙ୍କ ପରଲୋକରେ ଜାତୀୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ଜେଟଲୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ନବୀନ ଟୁଇଟ କରି ଲେଖିଛନ୍ତି,‘‘ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ସେ ଜଣେ ପ୍ରତିଷ୍ଠିତ ଆଇନଜୀବୀ, ଜଣେ ସାଂସଦ, ଆଦର୍ଶ ବ୍ୟକ୍ତି ଥିଲେ। ସରକାରରେ ତାଙ୍କର ବିଶିଷ୍ଟ ଅବଦାନ ରହିଥିଲା। ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।’’

ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଶନିବାର ଜେଟଲୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୯ ତାରିଖରୁ ସେ ଚିକିତ୍ସାଧୀନ ଥିଲେ।

Comment