ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

କାହିଁକି ନନ୍ଦ ଉତ୍ସବ?

ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଜନ୍ମାଷ୍ଟମୀ। ଆଜି ପାଳନ ହେଉଛି ନନ୍ଦୋତ୍ସବ। ଚାରିଆଡ଼େ ଏହି ଉତ୍ସବ ପାଳନ କରାଯାଉଛି। ତେବେ କାହିଁକି ଏହି ଉତ୍ସବର ନାଁ ନନ୍ଦୋତ୍ସବ ସେ ବିଷୟରେ ଓଡ଼ିଶାଲାଇଭ୍‌ରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା ଭାଷା ବିଜ୍ଞାନୀ ପ୍ରଫେସର ରାଜକିଶୋର ମିଶ୍ର।

ପୁଣି ଲଘୁଚାପ – ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଆଉ ଏକ ଘର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ। ଏହାରି ପ୍ରଭାବରେ ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଭ୍ୟନ୍ତୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ପ୍ରଥମ ଟେଷ୍ଟ – ଭାରତ ୨୯୭ରେ ଅଲଆଉଟ, ଦ୍ଵିତୀୟ ଦିନରେ ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍‌ର ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଓ୍ଵେଷ୍ଟଇଣ୍ଡିଜ ୫୯ ଓଭର ଖେଳି ୮ଓ୍ଵିକେଟ ହରାଇ ୧୮୯ ରନ କରିଛି। 

ସେପ୍ଟେମ୍ବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଶାସକ ଦଳ। ସମନ୍ୱୟ ରକ୍ଷା କରିବା ପାଇଁ ବିଜେଡି ଏକ ୬ ଜଣିଆ କମିଟି ମଧ୍ୟ ଗଠନ କରିଛି।

ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପ – ସେମିଫାଇନାଲରେ ପି ଭି ସିନ୍ଧୁ ଓ ସାଇ ପ୍ରଣୀତ

ବିଡବ୍ଲୁଏଫ ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପରେ ଭାରତର ପଦକ ନିଶ୍ଚିତ। ଏହି ସୌଭାଗ୍ୟ ଆଣି ଦେଇଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ସାଇ ପ୍ରଣୀତ। ସ୍ୱିଜରଲ୍ୟାଣ୍ଡରେ ଖେଳାଯାଉଥିବା ଏହି ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପରେ ଉଭୟ ନିଜ ମ୍ୟାଚ୍‌ରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଏହି ୩ ଖେଳାଳିଙ୍କୁ ଦିନିକିଆ କ୍ରିକେଟକୁ ଫେରିବା ହୋଇପାରେ କଷ୍ଟ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ, ଦିନିକିଆ, ଟି-୨୦ ପାଇଁ ଦଳ ଘୋଷଣା ସରିଯାଇଛି। ଏଥର ଦଳରେ ଯୁବ କ୍ରିକେଟରମାନଙ୍କୁ ସ୍ଥାନ ମିଳିଛି। ଏଥିପାଇଁ ଦଳର କିଛି ଦକ୍ଷ ବ୍ୟାଟ୍ସମ୍ୟାନ ଯୋଉମାନେ କି ବର୍ତ୍ତମାନ ଫର୍ମରେ ନାହାନ୍ତି ସେମାନେ ବାଦ ପଡ଼ିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ ସେମାନେ ଭବିଷ୍ୟତରେ ଟିମ ଇଣ୍ଡିଆର ଦିନିକିଆ ଦଳକୁ ଫେରିବେ କି ନାହିଁ?

ଶ୍ରୀମନ୍ଦିର ଓ ଜନ୍ମାଷ୍ଟମୀ

ଜଗନ୍ନାଥଧାମ ପୁରୀରେ ବି ଖୁବ୍ ଧୁମଧାମରେ ପାଳନ କରାଯାଏ ଜନ୍ମାଷ୍ଟମୀ। କିନ୍ତୁ ଅନ୍ୟ ମନ୍ଦିରଗୁଡ଼ିକ ଅପେକ୍ଷା ଏଠାରେ କିଛି ଭିନ୍ନ ଶୈଳୀରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏକ ନାଟକୀୟ ଢ଼ଙ୍ଗରେ ପାଳନ କରନ୍ତି ଶ୍ରୀମନ୍ଦିରର ସେବକମାନେ।

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ – ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୃନ୍ଦାବନରେ ଥିବା ନିଧି ବନକୁ ନେଇ ରହିଛି ଅଲୌକିକ କାହାଣୀ। ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ। ଏହି ବନରେ ରାତିରେ ଭଗବାନ କୃଷ୍ଣ ଗୋପୀମାନଙ୍କ ସହ ରାସ ରଚନ୍ତି ବୋଲି ବିଶ୍ଵାସ ରହିଛି।

Comment