ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୁରୀ ବେଳାଭୂମିରେ ସେ ଏହି ବାଲୁକା କଳା ତିଆରି କରିଛନ୍ତି।

ଏହି ବାଲୁକା କଳାକୁ ମାନସ ୫ଟନ ବାଲିରେ ତିଆରି କରିଛନ୍ତି। ଏହାର ଓସାର ପ୍ରାୟ ୧୦ ଫୁଟ ରହିଛି। ଏହାକୁ ତିଆରି କରିବାକୁ ତାଙ୍କୁ ୫ ଘଣ୍ଟାରୁ ଅଧିକ ପରିଶ୍ରମ କରିବାକୁ ପଡ଼ିଛି।

ଶନିବାର ମଧ୍ୟାହ୍ନରେ ଦିଲ୍ଲୀ ଏମ୍ସଠାରେ ଅରୁଣ ଜେଟଲୀଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ନିଶ୍ଵାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ କିଡନି ଟ୍ରିନ୍ସପ୍ଲାଣ୍ଟ ଯୋଗୁଁ ସବୁବେଳେ ଅସୁସ୍ଥ ରହୁଥିଲେ। ତାଙ୍କ ମୃତ୍ୟୁରେ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Comment