ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରାନ୍ସର ବିଏର୍ଜ ସହରରେ ଆୟୋଜିତ ହୋଇଛି ୪୫ ତମ G-7 ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। ମୋଦି ବିଭିନ୍ନ ଦେଶରେ ରାଷ୍ଟ୍ରମୁଖ୍ୟଙ୍କ ସମେତ  ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରିସଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏଥର ଭାରତକୁ G-7 ସମ୍ମିଳନୀରେ ଯୋଗ ଦେବା ପାଇଁ ଅତିଥି ରାଷ୍ଟ୍ର ଭାବେ ନିମନ୍ତ୍ରଣ ମିଳିଥିଲା।

କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘକୁ ନେଇ G-7 ଗଠିତ ।

ଚଳିତ ଥର ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା G-7 ସମ୍ମିଳନୀରେ ଭାରତ ସହ ଅଷ୍ଟ୍ରେଲିଆ, ବୁର୍କିନା ଫାସୋ, ଚିଲି, ଇଜିପ୍ଟ, ରୁଆଣ୍ଡା, ସେନେଗାଲ, ଦକ୍ଷିଣ ଆଫ୍ରିକା ଏବଂ ସ୍ପେନ ଆଦି ଦେଶ ଅତିଥି ରାଷ୍ଟ୍ର ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରଣ ମିଳିଥିଲା ।

Comment