ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ପାଇଁ କଟକ ଏସ୍‌ସିବି ମେଡ଼ିକାଲ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଏହି ଦୁଇ ଶିଶୁ ଖୁବ୍ ଶୀଘ୍ର ଓଡ଼ିଶା ଫେରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଏଥିପାଇଁ କଟକର ଏସ୍‌ସିବି ମେଡିକାଲରେ ସ୍ୱତନ୍ତ୍ର କ୍ୟାବିନ୍ ଓ ଡ଼ାକ୍ତରୀ ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ପୂର୍ବରୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରିବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଏଥିରେ ରାଜି ହୋଇ ନଥିଲେ।

ଏହାପରେ ଜଗା କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

୨୦୧୭ରେ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଅସ୍ତ୍ରୋପଚାର ଦିଲ୍ଲୀ ଏମସରେ ହୋଇଥିଲା। ଗତ ଦୁଇବର୍ଷ ଧରି ସେଠାରେ ସେମାନଙ୍କର ଚିକିତ୍ସା ହେଉଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ତାଙ୍କୁ ସେଠାରୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି।

Comment