ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପାର୍ବତୀ ନନ୍ଦନ ବା ଗଣେଶଙ୍କୁ ନଡ଼ିଆ ଭୋଗ ଲାଗିଥାଏ। ଭକ୍ତଙ୍କ ବିଶ୍ୱାସ ଯେ ଗଣପତିଙ୍କୁ ନଡ଼ିଆ ଭୋଗ ଚଢ଼ାଇଲେ ସେ ସବୁ ମନୋସ୍କାମନା ପୂରଣ କରିଥାନ୍ତି। ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଏହାକୁ ଗୋବର ଗଣେଶ ମନ୍ଦିର କୁହାଯାଏ।

ଏଠାରେ ଭଗବାନ ଗଣେଶ ଦକ୍ଷିଣ ମୁଖା ହୋଇ ଦର୍ଶନ ଦେଉଛନ୍ତି। ଏହି ମନ୍ଦିରର ମୂର୍ତ୍ତି ଗୋବରରେ ତିଆରି ହୋଇଥିବାରୁ ଏହି ମନ୍ଦିରକୁ ଗୋବର ଗଣେଶ ମନ୍ଦିର ବୋଲି କୁହାଯାଏ। । ଏହି ମୂର୍ତ୍ତି  ୯୦୦ ବର୍ଷ  ପୁରୁଣା ବୋଲି କୁହାଯାଏ।

ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହି ମନ୍ଦିର ଗଣପତିଙ୍କ ନିକଟରେ କେବଳ ନଡ଼ିଆ ହିଁ ଭୋଗ ଲାଗେ। ବିଶ୍ୱାସ ରହିଛି ଯେ ଯେଉଁ ଭକ୍ତ ଏଠାରେ ଗଣପତିଙ୍କ ନିକଟରେ ନଡ଼ିଆ ଭୋଗ ଲଗାଇଥାନ୍ତି ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ଗୋବରରେ ମା’ ଲକ୍ଷ୍ମୀ ସାକ୍ଷାତ ବାସ କରନ୍ତି ବୋଲି କୁହାଯାଏ। ତେଣୁ ଏହି ମନ୍ଦିରକୁ ଆସୁଥିବା ଭକ୍ତ ବିଶ୍ୱାସ ଯେ ଏଠାରେ ଗଣେଶଙ୍କୁ ପୂଜା କଲେ ବିଘ୍ନବିନାଶକଙ୍କ ଆର୍ଶୀବାଦ ମିଳିବା ସହିତ ମା’ ଲକ୍ଷ୍ମୀଙ୍କର କରୁଣା ବି ମିଳିଥାଏ।

ମନ୍ଦିରର ଆକୃତି ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ମନ୍ଦିର ବାହାରକୁ ମସ୍‌ଜିଦ୍‌ ଭଳି ଦେଖାଯିବ। କୁହାଯାଏ ଯେ, ଔରଙ୍ଗଜେବ୍‌ଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସ୍‌ଜିଦ୍‌ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏଥିପାଇଁ ଏହି ମନ୍ଦିର ମସ୍‌ଜିଦ୍‌ ଭଳି ଦେଖାଯାଏ। ମନ୍ଦିରରେ ଗଣେଶ ତାଙ୍କ ଦୁଇ ପତ୍ନୀ ରିଦ୍ଧି, ସିଦ୍ଧିଙ୍କ ସହିତ ବିରାଜମାନ ଅଛନ୍ତି।

ଏହି ଗୋବର ଗଣେଶ ମନ୍ଦିରରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିଥାନ୍ତି। ବିଶେଷ କରି ଦିପାବଳୀ, ଗଣେଷ ପୂଜା ଏବଂ ନୂଆ ବର୍ଷରେ ଏହି ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ।

ଯେଉଁଥିପାଇଁ ମନ୍ଦିରର ଆକାର ମନ୍ଦିର ପରି ନହୋଇ ମସଜିଦ ପରି ରହିଛି। ବିଶେଷ କରି ଗଣେଶ ଉତ୍ସବ ଓ ଦୀପାବଳିରେ ଏଠାରେ ଅଗ୍ରପୂଜ୍ୟଙ୍କ ଦର୍ଶନ ଲାଗି ଭିଡ ଲାଗିଥାଏ।

Comment