ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଜିନ୍ ହ୍ୱାର୍ କଣ୍ଟେନରଟି ଗୋଟିଏ ପଟକୁ ଢଳି ପଡ଼ିଛି। କିନ୍ତୁ ସୁରକ୍ଷିତ ଅଛି ଜାହାଜର ଇଞ୍ଜିନ। ଏହାସହ ଜାହଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡ଼ିଛି।

ସୋମବାର ଦିନ ଏହି ଜାହାଜରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସଂପୃକ୍ତ ଜାହାଜ ମାଲିକଙ୍କ ସହିତ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସବିଶେଷ ପଦକ୍ଷେପ ନେଇଛି।  ବୁଧବାରଠାରୁ ପର୍ଯ୍ୟୟ କ୍ରମେ ଜହାଜରୁ ତେଲ ବାହାର କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଏନେଇ ବ୍ୟବସ୍ଥା କରାଯାଇଛି।

ତିନି ଦିନ ଭିତରେ ଜାହଜରୁ ୧୩ ହଜାର ଲିଟର ତେଲ ସମ୍ପୂର୍ଣ୍ଣ କଢ଼ାଯିବ। ଉଲ୍ଲେଖଯୋଗ୍ୟ ଯେ, ଏହି ପଣ୍ୟବାହୀ ଜାହାଜ ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁଁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା। ଦୀର୍ଘ ଦିନ ଧରି ପଡ଼ି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here