ଓଡ଼ିଶାଲାଇଭ୍ ବ୍ୟୁରୋ

ଅସୁରକ୍ଷିତ ଅବସ୍ଥାରେ ରାୟଗଡ଼ା ସହରର ଅଧିକାଂଶ ଏଟିଏମ କାଉଣ୍ଟର। ଦିନ ଦ୍ୱିପହର ହେଉ ବା ମଧ୍ୟ ରାତି, ଯେତେବେଳେ ଦେଖ ବିନା ସୁରକ୍ଷାକର୍ମୀରେ ଖୋଲା ରହୁଛି ଏଟିଏମ୍‌।

ରାଜ୍ୟରେ ଏଟିଏମ୍‌ରେ ଲୁଟ୍‌ ବୃଦ୍ଧି ପାଇବାରେ ଲାଗିଛି। ଦୁଇମାସ ପୂର୍ବେ ରାୟଗଡ଼ାର କପିଳାସ ଛକ ଆନ୍ଧ୍ରବ୍ୟାଙ୍କ ଏଟିଏମରୁ ଜଣେ ବ୍ୟବସାୟୀ ଟଙ୍କା ଉଠାଉ ଥିବାବେଳେ ଏଟିଏମ୍‌ ସମ୍ମୁଖରେ ପୂର୍ବରୁ ଜଗିରହିଥିବା ଡକାୟତ ୧.୫ଲକ୍ଷ ଟଙ୍କା ଲୁଟ୍‍କରି ଚମ୍ପଟ ମାରିଥିଲା। ଦିନ ଆଲୋକରେ ଏଭଳି ଲୁଟ୍‌ ସମ୍ନାକୁ ଆସିବା ପରେ ବି ଏଟିଏମ୍‌ କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି।

ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସୁରକ୍ଷାକର୍ମୀ ନ ଥିବାରୁ ଗ୍ରାହକମାନେ ଧାଡ଼ିରେ ଅପେକ୍ଷା ନକରି ତିନି, ଚାରିଜଣ ଲୋକ ଥରକରେ ପ୍ରବେଶ କରୁଛନ୍ତି।

ଅନ୍ୟପଟେ ସହରର ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ଲାଗିଥିବା ସିସିଟିଭି କେଉଁଠି ଭାଙ୍ଗିଯାଇଛି ତ ଆଉ କେଉଁଠି ଅକାମୀ ହୋଇ ପଡ଼ିଛି।

ଏହି ସମସ୍ୟା ସମ୍ପର୍କରେ ଏସ୍‌ଡିପିଓ ନାରାୟଣ ରଥଙ୍କୁ ପଚାରିବାରୁ ସେ କହିଛନ୍ତି, ‘‘ଏଟିଏମଗୁଡ଼ିକରେ ସୁରକ୍ଷାକର୍ମୀ ନିଯୁକ୍ତି ଦେବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।’’

ତେବେ ରାତି ସମୟରେ ପୋଲିସ ପାଟ୍ରୋଲିଂ କରି ସ୍ଥିତି ତଦାରଖ କରୁଛି ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି।

Comment