ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ରାଜ୍ୟ ସରକାର ମଙ୍ଗଳବାର ମଧ୍ୟରାତିରୁ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନ ଏହାକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ତତ୍ପର ହୋଇ ଉଠିଛି। ଏ ନେଇ ସାଧାରଣ ଲୋକଙ୍କ ସମେତ ସହରର ସମସ୍ତ ଦୋକାନୀଙ୍କୁ ସଚେତନ କରିବା ସକାଶେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର ଶର୍ବଣା ବିବେକ ଏମ୍‌ ଆଜି ରାୟଗଡ଼ା ସହରର ସମସ୍ତ ଜନଗହଳିପୂର୍ଣ୍ଣ ବଜାର ବୁଲି ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ବସ୍‍ଷ୍ଟାଣ୍ଡ, ମେନ ମାର୍କେଟ, ଓଭରବ୍ରିଜ୍‌ ତଳ ମାର୍କେଟ ଆଦି ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାପାଳ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖିବାକୁ ସ୍ଥାନୀୟ ଦୋକାନୀଙ୍କୁ ପରାମର୍ଶ ଦେବା ସହିତ କରୋନା ମୁକାବିଲା ପାଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।

ସେହିପରି  ଆଜିଠାରୁ ସମସ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବା ସହ ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାୟଗଡା ସହରରେ ସମସ୍ତ ଆତ୍ୟାବଶ୍ୟକ ସମାଗ୍ରୀ ବିକ୍ରି କରାଯିବ। ଅତ୍ୟାବଶ୍ୟକ ସମଗ୍ରୀର କଳାବଜାରୀକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଯେଉଁ ବ୍ୟବସାୟୀମାନେ କଳାବଜାରୀ କରିବେ ସେମାନଙ୍କ ଉପରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comment