ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାସନାଲ ସ୍ପୋର୍ଟସ ଡେ ଅବସରରେ ଫିଟନେସ ପ୍ରତି ସଚେତନତା ବୃଦ୍ଧି କରିବା ପାଇଁ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ଲଞ୍ଚ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନେଇ ବଲିଉଡ ସେଲିବ୍ରିଟି ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି।

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏକ ଭିଡିଓ ସେୟାର କରି ଲୋକଙ୍କୁ ଏହି ଅଭିଯାନ ସାମିଲ ହେବାକୁ ଅପିଲ କରିଛନ୍ତି। ଶିଳ୍ପା ତାଙ୍କ କ୍ୟାପସନରେ ଲେଖିଛନ୍ତି, ‘‘ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ନିଶ୍ୱାସ ନେବା ଯେତିକି ଜରୁରୀ, ଫିଟ୍‌ ରହିବା ମଧ୍ୟ ସେତିକି ଜରୁରୀ। ତେଣୁ ଅନୁରୋଧ ପ୍ରଧାନମନ୍ତ୍ରୀଙ୍କ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ।’’

ଫିଲ୍ମ ମେକର କରଣ ଜୋହର ମଧ୍ୟ ଏହି କାର୍ଯ୍ୟକ୍ରମକୁ ଏକ ପ୍ରେରଣା ବୋଲି କହିଛନ୍ତି। ‘‘ଏହା ଲୋକଙ୍କୁ ସୁସ୍ଥ ଏବଂ ସବଳ ରହିବାକୁ ପ୍ରେରିତ କରିବ’’, କହିଛନ୍ତି କରଣ ।

LEAVE A REPLY

Please enter your comment!
Please enter your name here