ଓଡ଼ିଶାଲାଇଭ ବ୍ୟୁରୋ

ବିହାରର ପୂର୍ବତନ ନିର୍ବାଚନ କମିଶନ ଏମଏଲ ମଜୁମଦାରଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ନିର୍ବାଚନ ଶେଷ ହେବ ବୋଲି ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଆଶା ପ୍ରକଟ କରିଛନ୍ତି।

ନବନିଯୁକ୍ତ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ନିର୍ବାଚନ ଶେଷ ହେବ ବୋଲି ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଆଶା କରିଛନ୍ତି। ଓସିଏ ସମ୍ପାଦକ ଓ ସଭାପତି ସମେତ ୫ଟି ପଦବୀ ପାଇଁ ନିର୍ବାଚନ କରାଯିବ। ସେପ୍ଟେମ୍ବର ୧୪ ତାରିଖ ସୁଧା ନିର୍ବାଚନ ଶେଷ କରିବାକୁ ବିସିସିଆଇ ଓସିଏକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here