ଓଡ଼ିଶାଲାଇଭ ବ୍ୟୁରୋ

ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭାରତର ବହୁ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ଆୱାର୍ଡ, ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ସହ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

ତେବେ ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜା ଓ ରେସଲର ବଜରଙ୍ଗ ପୁନିଆ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ। ରବିନ୍ଦ୍ର ଜାଡେଜା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଓ ବଜରଙ୍ଗ ପୁନିଆ ବିଶ୍ଵ ଚମ୍ପିୟାନସିପରେ ରହିଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ।

ଜାଣନ୍ତୁ କେଉଁ ଖେଳାଳି ପାଇଲେ କେଉଁ ସମ୍ମାନ

ରାଜୀବ ଗାନ୍ଧୀ ଖେଳରତ୍ନ

ଦୀପା ମଲ୍ଲିକ (ପାରା ଆଥଲେଟ)

ବଜରଙ୍ଗ ପୁନିଆ (ରେସଲିଙ୍ଗ)

ଦ୍ରୋଣାଚାର୍ଯ୍ୟ ଆୱାର୍ଡ

ମହିନ୍ଦର ସିଂହ ଢିଲନ (ଆଥଲେଟ)

ସନ୍ଦିପ ଗୁପ୍ତା (ଟେବୁଲ ଟେନିସ୍)

ଭିମଲ କୁମାର (ବ୍ୟାଡମିଣ୍ଟନ)

ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର

ସଞ୍ଜୟ ଭରଦ୍ୱାଜ (କ୍ରିକେଟ)

ରାମବୀର ସିଂହ ଖୋଖର (କବାଡ଼ି)

ମେରଜବାନ ପଟେଲଙ୍କୁ (ହକି)

ଧ୍ୟାନଚାନ୍ଦ ଆୱାର୍ଡ

ମନୋଜ କୁମାର (ରେସଲର)

ଲାରେମସାଙ୍ଗା (ତୀରଚାଳନା)

ଅରୁପ ବାଶାକ୍ (ଟେବୁଲ ଟେନିସ୍)

ନିତେନ୍ କିର୍ତେନ (ଟେନିସ୍)

ମାନୁଏଲ ଫେର୍ଡ୍ରିକ୍ସ (ହକି)

ଅର୍ଜୁନ ପୁରସ୍କାର

ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ)

ରବୀନ୍ଦ୍ର ଜାଡେଜା (କ୍ରିକେଟ)

ମହମ୍ମଦ ଆନାସ ୟାହିଆ (ଆଥଲେଟ୍)

ଗୁରୁପ୍ରୀତ ସିଂହ ସିଦ୍ଧୁ (ଫୁଟବଲ୍)

ସୋନିଆ ଲାଥର (ବକ୍ସିଙ୍ଗ୍)

ଚିଙ୍ଗଲେନସେନା ସିଂହ କଙ୍ଗୁଜାମ (ହକି)

ଏସ ଭାସ୍କରନ୍ (ବଡି ବିଲଡିଂ)

ଅଜୟ ଠାକୁର (କବାଡ଼ି)

ଅଞ୍ଜୁମ ମୌଦୁଗିଲ୍ (ସୁଟିଙ୍ଗ୍)

ସାଇ ପ୍ରଣୀତ (ବ୍ୟାଡମିଣ୍ଟନ)

ତାଜନ୍ଦିର ପାଲ ସିଂହ (ଆଥଲେଟ)

ହରମିତ ରାଜୁ ଦେଶାଇ (ଟେବୁଲ ଟେନିସ୍)

ପୂଜା ଧଣ୍ଡା (ରେସଲିଙ୍ଗ)

ଫୌଆଦ୍ ମିର୍ଜା (ଘୋଡା ସବାର)

ସିମରନ୍ ସିଂହ ଶେରଗିଲ୍ (ପୋଲୋ)

ପୁନମ୍ ଯାଦବ (କ୍ରିକେଟ)

ସ୍ୱପ୍ନା ବର୍ମନ (ଆଥଲେଟ୍)

ସୁନ୍ଦର ସିଂହ ଗୁରଜର (ପାରା ସୋର୍ଟ୍ସ ଆଥଲେଟ)

ଗୌରବ ସିଂହ ଗିଲ ( ମୋଟର ସୋର୍ଟ୍ସ)

LEAVE A REPLY

Please enter your comment!
Please enter your name here