ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରା ବ୍ୟାଡମିଣ୍ଟନରେ ଡବଲ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ମିଳିଲା ଅର୍ଜୁନ ପୁରସ୍କାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି।

ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଚଳିତ ବର୍ଷ ୧୯ଜଣ ଖେଳାଳି ଅର୍ଜୁନ ପୁରସ୍କାର ଦିଆଯାଇଛି।

ଓଡ଼ିଆ ପୁଅ ଭାବେ ବ୍ୟାଡମିଣ୍ଟନ ସଟଲର ପ୍ରମୋଦ ଭଗତ ଆମ ରାଜ୍ୟ ପାଇଁ ଏହି ଗୌରବ ଆଣିଦେଇଛନ୍ତି। ନିକଟରେ ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ହୋଇଥିବା ପାରା ବ୍ୟାଡମିଣ୍ଟନ ଚମ୍ପିୟନରେ ପ୍ରମୋଦ ଉଭୟ ସିଙ୍ଗେଲ ଏବଂ ଡବଲରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି।

Comment