ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’

ଭାରତୀୟ ହକିର ଜନ୍ମଦାତା ତଥା ମହାନ ଭାରତୀୟ ହକି ଖେଳାଳି ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ପ୍ରତିବର୍ଷ ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ।

ଭାରତୀୟ ହକିର ଜନକ ‘ଧ୍ୟାନଚାନ୍ଦ୍’

ଦେଶରେ ଆଜି ପାଳନ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ଧ୍ୟାନଚାନ୍ଦଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ବର୍ଷା ଆଶଙ୍କା 

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଓସିଏ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ

ବିହାରର ପୂର୍ବତନ ନିର୍ବାଚନ କମିଶନ ଏମଏଲ ମଜୁମଦାରଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ

ବିଶ୍ୱ ଖେଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି।

ଡିସେମ୍ବରରେ ବିଜେପିର ନବକଳେବର – କିଏ ହେବେ ରାଜ୍ୟ ସଭାପତି?

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ। ଏବେଠାରୁ ଏହି ସଭାପତି ପଦକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସଭାପତି ପଦ ପାଇଁ ତିନିରୁ ଚାରି ନେତାଙ୍କ ନାଁ ଚର୍ଚ୍ଚା ହେଉଛି।

ବିଜେପି ରାଜ୍ୟ ସଭାପତି ପଦ ପାଇଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନାଁ ରେସ୍‌ରେ ରହିଛି। ଏହାସହ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ତେବେ ଏମାନଙ୍କ ଭିତରୁ କାହା ମୁଣ୍ଡରେ ସଭାପତି ପଗଡ଼ି ବନ୍ଧା ଯିବ ତାହା ଅପେକ୍ଷା କରି ଦେଖିବାର କଥା।

ଡିଜିଟାଇଜେସନ ହେବ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି

‘‘ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି ହେବ ଡିଜିଟାଇଜେସନ୍‌। ଏହାସହ ଯେଉଁଠି ଏମାର ମଠ ରହିଥିଲା ସେହିଠାରେ ହିଁ ଲାଇବ୍ରେରୀର ପୁନଃପ୍ରତିଷ୍ଠା କରାଯିବ। ଲାଇବ୍ରେରୀକୁ ଆଧୁନିକୀକରଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ଏଟିଏମ୍‌ ନେଣଦେଣ ଉପରେ କଟକଣା: ୬ ଘଣ୍ଟା ମଧ୍ୟରେ ଦୁଇ ଥର ଉଠାଇ ପାରିବେ ନାହିଁ ଟଙ୍କା

ପ୍ରତି ଏଟିଏମ୍‌ ନେଣଦେଣ ମଧ୍ୟରେ ୬ ରୁ ୧୨ ଘଣ୍ଟାର ଅନ୍ତର ରଖିବା ପାଇଁ ଦିଲ୍ଲୀ ଷ୍ଟେଟ୍‌ ଲେବଲ୍‌ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଏଟିଏମରୁ ଥରେ ଟଙ୍କା ଉଠାଇବାର ୬ ଘଣ୍ଟା ପରେ ହିଁ ଜଣେ ଗ୍ରାହକ ଦ୍ୱିତୀୟ ଥର ଟଙ୍କା ଉଠାଇବା ପାଇଁ ସମର୍ଥ ହେବ।

LEAVE A REPLY

Please enter your comment!
Please enter your name here