ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି ହେବ ଡିଜିଟାଇଜେସନ୍‌। ଏହାସହ ଯେଉଁଠି ଏମାର ମଠ ରହିଥିଲା ସେହିଠାରେ ହିଁ ଲାଇବ୍ରେରୀର ପୁନଃପ୍ରତିଷ୍ଠା କରାଯିବ। ଲାଇବ୍ରେରୀକୁ ଆଧୁନିକୀକରଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ଐତିହାସିକ ଏମାର ମଠକୁ ଆଜି ଭାଙ୍ଗିଛି ପୁରୀ ଜିଲ୍ଲା ପ୍ରଶାସନ। ଏହାସହ ମଡ଼ କଡ଼ରେ ଥିବା ରଘୁନନ୍ଦନ ଲାଇବ୍ରେରୀକୁ ମଧ୍ୟ ଉଛେଦ କରାଯାଇଛି। ଲାଇବ୍ରେରୀରେ ଥିବା ସମସ୍ତ ବହିକୁ ପୂର୍ବରୁ ସ୍ଥାନାନ୍ତର କରାଯାଇଥିଲା।

ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ବହି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛିା ଏହି ମୂଲ୍ୟବାନ ବହିଗୁଡ଼ିକର କେମିତି ସଂରକ୍ଷଣ ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

‘‘ରଘୁନନ୍ଦନ ଲାଇବ୍ରେରୀକୁ ବିଶ୍ୱ ସ୍ତରୀୟ କରାଯିବ। ଏହି ଲାଇବ୍ରେରୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ବହିଗୁଡ଼ିକ କିପରି ଉପାଦେୟ ତା’ ଉପରେ ପଦକ୍ଷେପ ନିଆଯିବ। ନୂଆ ଲାଇବ୍ରେରୀର ନାମ ରଘୁନନ୍ଦନ ଲାଇବ୍ରେରୀ ହିଁ ରଖାଯିବ’’, କହିଛନ୍ତି ବଲୱନ୍ତ ସିଂହ।

Comment