ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ଖେଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ଫିଟନେସ୍ ଶପଥ ପାଠ କରାଇବେ।

ଦେଶବାସୀଙ୍କୁ ସୁସ୍ଥସବଳ ରଖିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିବ।

ଏହି ଅଭିଯାନରେ ଉଦ୍ୟୋଗ, ଫିଲ୍ମ, ଖେଳ ଜଗତର ବହୁ ହସ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ମିଳିତ ଭାବେ ଏହି ଅଭିଯାନର କାର୍ଯ୍ୟ ନିଜ ହାତକୁ ନେଇଛନ୍ତି।

ଗତ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ‘ଫିଟ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ ନେଇ ଘୋଷଣା କରିଥିଲେ। ମୋଦି କହିଥିଲେ, “ଅଗଷ୍ଟ ୨୯ରେ ସାରା ଦେଶରେ ପାଳନ ହେବ ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଦେଶବାସୀଙ୍କୁ ସୁସ୍ଥ ସବଳ ରଖିବା ପାଇଁ ‘ଫିଟ୍‌ ଇଣ୍ଡିଆ ଅଭିଯାନ’ର ଶୁଭାରମ୍ଭ ହେବାକୁ ଯାଉଛି।”

Comment