ଓଡ଼ିଶାଲାଇଭ୍ ବ୍ୟୁରୋ
ସାଓମୀ କମ୍ପାନିର ବହୁପ୍ରତିକ୍ଷୀତ ସ୍ମାର୍ଟଫୋନ ‘ରେଡ୍ମି ନୋଟ୍ ୮’ ଏବଂ ‘ନୋଟ୍ ୮ ପ୍ରୋ’ ଗୁରୁବାର ଲଞ୍ଚ ହୋଇଯାଇଛି। ଚୀନ୍ରେ ଆୟୋଜିତ କାର୍ଯ୍ୟକ୍ରରେ ସାଓମୀ କମ୍ପାନି ଏହା ସବୁଠାରୁ ବଡ଼ ବ୍ରାଣ୍ଡ ‘ଏମ୍ଆଇ’ର ଏହି ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିଛି।
ତିନୋଟି ଭାରିଏଣ୍ଟ ସହ ଏହି ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହୋଇଛି। ‘ରେଡ୍ମି ନୋଟ୍ ୮ ପ୍ରୋ’ ସ୍ମାର୍ଟଫୋନର ପ୍ରଥମ ଭାରିଏଣ୍ଟ (୪ଜିବି+୬୪ଜିବି)ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୧୪ ହଜାର ଟଙ୍କା ରହିଛି। ସେହିପରି (୬ଜିବି+୬୪ଜିବି)କୁ ୧୬ ହଜାର ଟଙ୍କା ଏବଂ (୬ଜିବି+୧୨୮ଜିବି)କୁ ୧୮ ହଜାର ଟଙ୍କା ରହିଛି।
ଅନ୍ୟପକ୍ଷରେ ‘ରେଡ୍ମି ନୋଟ୍ ୮’ ସ୍ମାର୍ଟଫୋନର (୪ଜିବି+୬୪ଜିବି) ଭାରିଏଣ୍ଟ ର ମୂଲ୍ୟ ୧୦ ହଜାର ଟଙ୍କା ରହିଥିବା ବେଳେ (୬ଜିବି+୬୪ଜିବି)କୁ ୧୨ ହଜାର ଟଙ୍କା ଏବଂ (୬ଜିବି+୧୨୮ଜିବି)କୁ ୧୪ ହଜାର ଟଙ୍କା ରହିଛି।
‘ରେଡ୍ମି ନୋଟ୍ ୮’ର ସ୍ପେସିଫିକେସନ
- ୬.୫୩ ଫୁଲ ଏଚ୍ଡି ଡିସପ୍ଲେ
- ୪୫୦୦ ଏମ୍ଏଏଚ୍ ବ୍ୟାଟେରୀ
- ଫାଷ୍ଟ ଗେମିଂ ପାଇଁ ମିଡିଆ ଟେକ୍ ଜି୯୦ଟି ଚିପ୍ ସେଟ୍
- (୬୪+୮+୨+୨)ମେଗାପିକ୍ସେଲ ବିଶିଷ୍ଟ ୪ଟି ରିୟର କ୍ୟାମେରା
- କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ଏସ୍ଓସି ପ୍ରୋସେସର


















