ଓଡ଼ିଶାଲାଇଭ୍ ବ୍ୟୁରୋ

ଏମାର ମଠ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ। ଆଜି ରଘୁନନ୍ଦନ ଲାଇବ୍ରେରୀ ମାଟିରେ ମିଶିଛି। ଏହାପରେ ବୁଲ୍‌ଡୋଜର ଏମାର ମଠକୁ ଟାର୍ଗେଟ କରିବ। ମଠରୁ ସବୁ ଜିନିଷପତ୍ର ଖାଲି ହୋଇ ସାରିଥିଲେ ମଧ୍ୟ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ଛାଡୁ ନାହାନ୍ତି। ସେ କାହିଁକି ଗାଦି ଛାଡୁ ନାହାନ୍ତି ତାର ଉତ୍ତର ବି ପ୍ରଶାସନ ପାଖରେ ନାହିଁ।

ଉପଜିଲ୍ଲାପାଳ ଭାବ ତରଣ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ‘ନୋ କମେଣ୍ଟ’ କହି ଚାଲି ଯାଇଥିଲେ।

‘‘ଏମାର ମଠରେ ଠାକୁର ଅଛନ୍ତି। ମହନ୍ତ ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି। ସବୁଦିନ ଭଳି ସେ ପୂଜା କରୁଛନ୍ତି। ତାଙ୍କ ସହ ମଠ ଛାଡ଼ିବା ସମ୍ପର୍କରେ ଆଲୋଚନା ହୋଇଛି’’, କହିଥିଲେ ଉପଜିଲ୍ଲାପାଳ।

ହେଲେ କ’ଣ ଆଲୋଚନା ହୋଇଛି ଏବଂ କେବେ ସେ ମଠ ଛାଡ଼ିବେ ବୋଲି ପ୍ରଶ୍ନ ହେବାରୁ ଉପଜିଲ୍ଲାପାଳ ନୀରବ ରହିଥିଲେ। ଯଦି ମହନ୍ତ ମଠ ନଛାଡ଼ନ୍ତି ତାହାଲେ ପ୍ରଶାସନ କେମିତି ଉଛେଦ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗାଦି ଛାଡ଼ିବାକୁ ନାରାଜ 

ଅନ୍ୟପଟେ ଏମାର ମଠ ମହନ୍ତ ଗତକାଲି ମୌନବ୍ରତରେ ବସିଥିଲେ। ଫଳରେ ପ୍ରଶାସନ ଗତକାଲି ମଧ୍ୟ ମହନ୍ତଙ୍କୁ ସେଠାରୁ ବାହାର କରିପାରିଲା ନାହିଁ। ପୁଣି ଆଜି ତୃତୀୟ ଦିନରେ ମଧ୍ୟ ଅଡ଼ୁଆରେ ପଡ଼ିଛି ପ୍ରଶାସନ। ସକାଳୁ ସକାଳୁ ପ୍ରଶାସନ ସଜବାଜ ହୋଇ ବୁଲଡୋଜର, ଜେସିବି ଧରି ମଠ ଆଗରେ ପହଞ୍ଚିଲା ବେଳକୁ ମଠ ମହନ୍ତ କବାଟ କିଳିକି ଭିତରେ ବସିଛନ୍ତି। ମହନ୍ତ ନିଜ ଗାଦିରୁ ହଲିବାର ନା ଧରୁ ନାହାନ୍ତି। ତେଣୁ ପ୍ରଶାସନ ବର୍ତ୍ତମାନ କବାଟ କିଳା ଆଲୋଚନା ଚଳାଇଛନ୍ତି ଯେ, କେମିତି ମହନ୍ତଙ୍କୁ ସେଠୁ ହଟାଯିବ।

ରବିବାର ବିଳମ୍ବିତ ରାତିରେ ମହନ୍ତଙ୍କୁ ମଠରୁ ଗାଦିଚ୍ୟୁତ କରିବା ପାଇଁ ପ୍ରଶାସନ ପକ୍ଷରୁ ମୋଟାମୋଟି ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଶାସନ ବିଫଳ ହୋଇଛି। ରାତି ଅଧିଆ ପ୍ରଶାସନ ଏମାର ମଠର ମହନ୍ତଙ୍କୁ ଗାଦିଚ୍ୟୁତ କରିବା ପାଇଁ ମଧ୍ୟ ଶୁଣାଯାଉଥିଲା। କିନ୍ତୁ ମହନ୍ତ ଗାଦି ମାରିକି ବସିଛନ୍ତି।

ଛୁଇଁପାରୁ ନାହାନ୍ତି ମଠର ମୂଳ ଆସ୍ଥାନକୁ

ମହନ୍ତ କବାଟ କିଳିକି ବସିଥିବାରୁ ପ୍ରଶାସନ ମୂଳ ଅସ୍ଥାନକୁ ଛୁଇଁପାରୁ ନାହାନ୍ତି। ମହନ୍ତଙ୍କୁ କେମିତି ଗାଦିରୁ ଉଠାଯିବ, ଯଦି ବି ଗାଦିରୁ ଉଠାଇଲେ, କେଉଁଠି ନେଇ ବସେଇବେ। ତାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି।

ତେବେ କେମିତି ବର୍ତ୍ତମାନ ମହନ୍ତଙ୍କୁ ମନାଇବେ ବା ପୋଲିସ ଲଗାଇ ମହନ୍ତଙ୍କୁ ଜବରଦସ୍ତ ଉଠାଇ ଆଣିବେ, ଏବିଷୟରେ ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବା ସୂଚନା ମିଳୁଛି।

ବର୍ତ୍ତମାନ ଅନ୍ୟ ଭଙ୍ଗାରୁଜା କାମ ଚାଲିଛି। ରଘୁନନ୍ଦନ ପାଠାଗାର, ମଙ୍ଗୁ ମଠ ଆଦି ଭଙ୍ଗା ଚାଲିଛି କିନ୍ତୁ ଏମାର ମଠର ମୂଳ ଆସ୍ଥାନ ଅଞ୍ଚଳରେ ପ୍ରଶାସନ ଏଯାବତ୍‌ ପହଞ୍ଚି ପାରୁନି।

ଅନ୍ୟପଟେ ମଠ ମହନ୍ତ ଭିତରେ ବସି ରହିବା ଘଟଣାକୁ ନେଇ ସନ୍ଦେହ ପ୍ରକଟ ହୋଇଛି। ମଠ ମହନ୍ତ ଘର ଛାଡୁ ନଥିବା କାରଣରୁ ସେଠାରେ କିଛି ଗୁପ୍ତ ଧନ ଥିବା ନେଇ ସନ୍ଦେହ କରାଯାଉଛି। ଏହାକୁ ନେଇ ପୋଲିସ ମଠ ଉପରେ କଡ଼ା ନଜର

Comment