ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆଜି କଶ୍ମୀର ଯିବେ ସେନାମୁଖ୍ୟ ବିପିନ ରାଓ୍ୱତ

ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଜମ୍ମୁ କଶ୍ମୀର ଗସ୍ତ କରିବେ। ଏହି ଗସ୍ତରେ ରାଓ୍ୱତ ଜମ୍ମୁ କଶ୍ମୀର ସ୍ଥିତି ସମୀକ୍ଷା କରିବେ। ସୁରକ୍ଷା ସଂପର୍କରେ ସେନାର ଅଧିକାରୀମାନଙ୍କର ସହ ଆଲୋଚନା କରିବେ।

ଶେଷରେ ମାନିଗଲେ ଏମାର ମଠ ମହନ୍ତ, ଭାଙ୍ଗିଲେ ମୌନବ୍ରତ

ପୁରୀର ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କରାଯାଉଛି। ଉଚ୍ଛେଦର ଆଜି ଦ୍ୱିତୀୟ ଦିନ। ଗୁରୁବାର ମଠର ପଛ ପଟ ଉଚ୍ଛେଦ କରାଯାଇଥିଲା। ଆଜି ଏହି ଉଚ୍ଛେଦ କାମ ଆଗକୁ ବଢ଼ିବ। ଅନ୍ୟପଟେ ଉଚ୍ଛେଦ ବିରୋଧରେ ମଠର ମହନ୍ତ ଘର ଭିତରେ ମୌନବ୍ରତରେ ବସିଥିଲେ। ଫଳରେ ମଠ ଭଙ୍ଗାଯାଇ ପାରି ନଥିଲା। ମଠ ମହନ୍ତଙ୍କୁ ବୁଝାସୁଝା ପରେ ମହନ୍ତ ରାଜି ହୋଇଯାଇଥିଲେ। ଶେଷରେ ମୌନବ୍ରତ ଭାଙ୍ଗିଥିଲେ। ଫଳରେ ଆଜି ସକାଳୁ ମଠର ଉଚ୍ଛେଦ କାମ ଆଗକୁ ବଢ଼ିଛି।

ଆଜି କଶ୍ମୀର ଯିବେ ସେନାମୁଖ୍ୟ ବିପିନ ରାଓ୍ୱତ

ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଜମ୍ମୁ କଶ୍ମୀର ଗସ୍ତ କରିବେ। ଏହି ଗସ୍ତରେ ରାଓ୍ୱତ ଜମ୍ମୁ କଶ୍ମୀର ସ୍ଥିତି ସମୀକ୍ଷା କରିବେ। ସୁରକ୍ଷା ସଂପର୍କରେ ସେନାର ଅଧିକାରୀମାନଙ୍କର ସହ ଆଲୋଚନା କରିବେ।

ସେପ୍ଟେମ୍ବର ୬ରେ ଦିଲ୍ଲୀରୁ ଫେରିବେ ଜଗା କାଳିଆ

ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ଏସିବି ଆସିବେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ଆସି ୭ରେ ଓଡ଼ିଶାରେ ପହଞ୍ଚିବେ। ତାଙ୍କ ସହ ଏମ୍ସ ଡାକ୍ତର ମଧ୍ୟ ଆସିବେ।

ଡିଜିଟାଲ୍ ମିଡିଆରେ ରବି ଭାଇଙ୍କ ବରାର ବାସ୍ନା, ଦଶ ଦିନରେ ଭିଡିଓ ଟପିଲା ୧୦ ଲକ୍ଷ ଭିଉ

ଓଡ଼ିଶାର ଖାନା। ଥରେ ପାଟିରେ ଲାଗିଲେ ଛାଡ଼ିବନି! ଏମିତି ଏକ ଜିନିଷ ହେଉଛି ରବି ଭାଇଙ୍କ ବରା ଓ ଘୁଗୁନି। ଭୁବନେଶ୍ୱର ଛଅ ନମ୍ବର ଅଂଚଳରେ ବହୁତ ବର୍ଷ ହେଲା ଜଳଖିଆ ଦୋକାନ କରି ଲୋକଙ୍କୁ ଏମିତି ଖୁସ୍ କରି ଚାଲିଛନ୍ତି ରବି ଭାଇ। ଏବେ ତାଙ୍କ ବରାର ଷ୍ଟୋରି ଓଡ଼ିଶାଲାଇଭ୍ ମାଧ୍ୟମରେ ଯାଇ ଦେଶ ବିଦେଶ ଲୋକଙ୍କ ପାଖରେ ପହଞ୍ଚିଛି। ଖୁସିର କଥା ହେଉଛି ଯେ ପ୍ରଥମ ଦଶ ଦିନରେ ଏହି ଭିଡିଓ ୧୦ ଲକ୍ଷ ଭିଉ ଟପିଯାଇଛି।

Comment