ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଜୁନାଗଡ଼: ଯୁବତୀଙ୍କୁ ଛୁରୀ ଦେଖାଇ ଜଙ୍ଗଲରେ ଗଣଦୁଷ୍କର୍ମ

ପୁଣି ଗଣଦୁଷ୍କର୍ମ। କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଞ୍ଚଳରେ ଏମିତି ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯିବା ସହ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଜୟପୁର: ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର

ଜୟପୁରରେ ଐତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ ଭଗବତୀଙ୍କ ପୀଠ। ଅଧିଷ୍ଠାତ୍ରୀ ମା’ ଭଗବତୀ ମନ୍ଦିରରେ ୧୬ ଦିନ ଧରି ହେଉଥିବା ଷୋଡ଼ଶ ଉପଚାର ଆରମ୍ଭ ହୋଇଛି।

ପ୍ରକାଶ ପାଇଲା ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ବିଜେପୁର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ।

ଏମିତି ବି ମନ୍ଦିର ଅଛି ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା ଗହଣା ଓ ଟଙ୍କା

ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭକ୍ତଙ୍କୁ ପ୍ରସାଦ ଭାବରେ ସୁନାଗହଣା ଓ ଅଳଙ୍କାର ଆଦି ମିଳେ। ସାଧାରଣତଃ ମନ୍ଦିରମାନଙ୍କରେ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ମାଙ୍କ ଭୋଗ କିମ୍ବା ଖାଦ୍ୟପାନୀୟ ଆଦି ପ୍ରଦାନ କରାଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶର ମାଣକରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ସୁନାଗହଣା ଦିଆଯାଉଛି।

ଭାରତର ଅଭେଦ୍ୟ ଦୁର୍ଗ, ଯାହାକୁ ଭେଦ କରିପାରିନାହାଁନ୍ତି କୌଣସି ଶତ୍ରୁପକ୍ଷ

ଭାରତରେ ଏମିତି ଏକ ଦୁର୍ଗ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ଶତ୍ରୁପକ୍ଷ ଭେଦ କରିପାରିନାହାଁନ୍ତି। ଏ ଦୁର୍ଗର ପ୍ରାଚୀର ଏତେ ମଜଭୁତ୍ ଯେ, ଇଂରେଜମାନେ ଏକାଧିକ ବାର ଚେଷ୍ଟା କରି ମଧ୍ୟ ଏହାକୁ ଭେଦ କରିବାକୁ ସଫଳ ହୋଇପାରିନଥିଲେ। ରାଜସ୍ଥାନ ଭରତପୁର ସହରରେ ଥିବା ଲୌହଗଡ଼ ଦୁର୍ଗ ହେଉଛି ଏହି ଅଭେଦ୍ୟ ଦୁର୍ଗ।

Comment