ଓଡ଼ିଶାଲାଇଭ୍ ବ୍ୟୁରୋ

 

ଜୟପୁର: ଜୟପୁରରେ ଐତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ ଭଗବତୀଙ୍କ ପୀଠ। ଅଧିଷ୍ଠାତ୍ରୀ ମା’ ଭଗବତୀ ମନ୍ଦିରରେ ୧୬ ଦିନ ଧରି ହେଉଥିବା ଷୋଡ଼ଶ ଉପଚାର ଆରମ୍ଭ ହୋଇଛି।

ମା’ ଭଗବତୀଙ୍କ ଏହି ଷୋଡ଼ଶ ପୂଜା ଆରମ୍ଭ ବେଳେ ଆଜ୍ଞାମାଳକୁ ଗ୍ରହଣ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣ କାଳିକା ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ଆରମ୍ବ ହୋଇଛି। ମୂଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀପୀଠକୁ ଦଶହରାରେ ଯୋଗଦେବାକୁ ନିମନ୍ତ୍ରଣ ଆରମ୍ବ ହୋଇଛି।

ମୂଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ମା’ ଭଗବତୀ ମନ୍ଦିରଠାରେ ସହସ୍ର କୁମ୍ଭାଭିଷେକ କରାଯାଇଥିଲା। ପରେ ମା’ଙ୍କ ପୂଜକ ବିରେନ୍ଦ୍ର ରଥ ପୁଜାର୍ଚ୍ଚନା, ଆଳତି କରିବା ସହ ଦେବୀଙ୍କ ଆଜ୍ଞାମାଳ ଜୟପୁର ପୂଜା କମିଟିର ଅଧ୍ୟକ୍ଷ ତାରା ପ୍ରସାଦ ବାହିନିପତିଙ୍କୁ ପ୍ରଦାନ କରିଥିଲେ। ଅମାବାସ୍ୟା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୨ଟି ଦେବୀ ପୀଠ ଏବଂ ସେବାୟତଙ୍କୁ ଦଶହରା ପର୍ବରେ ଯୋଗଦେବା ଲାଗି ନିମନ୍ତ୍ରଣ ପ୍ରଦାନ କରାଯିବ।

ନିମନ୍ତ୍ରଣ ପାଇବା ପରେ ବିଭିନ୍ନ ଦେବୀ ପୀଠରୁ ଦେବୀଙ୍କ ପ୍ରତିକ ଲାଠି, ଖଡ଼ଗ, ଛାତ୍ର, ବିମାନକୁ ଭକ୍ତମାନେ  କାନ୍ଧରେ ବୋହି ଚାଲି ଚାଲି ଜୟପୁରଠାରେ ଦଶମୀ ତିଥିରେ ପହଞ୍ଚି ଜୟପୁରବାସୀଙ୍କୁ ଆଶୀର୍ବାଦ କରନ୍ତି। ଏହି  ଲାଠି ଧାରିମାନଙ୍କୁ ଦଶହରା ପଡ଼ିଆରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ।

Comment